fbpx
BSKY SKY
BSKY SKY

ଅଲଗା ହୋଇଯିବେ ଷ୍ଟାର ଦମ୍ପତି ସାନିଆ-ଶୋଏବ! ପାକିସ୍ତାନୀ ମିଡ଼ିଆରେ ଜୋରଦାର ଚର୍ଚ୍ଚା

BSKY

ନୂଆଦିଲ୍ଲୀ: ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାନିଆ-ଶୋଏବଙ୍କୁ ନେଇ ପାକିସ୍ତାନୀ ମିଡ଼ିଆରେ ଏକ ବଡ଼ଧରଣର ଚର୍ଚ୍ଚା ହେଉଛି । ଗତ ୨୦୧୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ୨୦୧୮ରେ ଦୁହେଁ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତେବେ ଏହି ଦମ୍ପତିଙ୍କୁ ନେଇ ଜାରି ରହିଥିବା ଖବରଟି ଏବେ ସେମାନଙ୍କର ଅଗଣିତ ଫ୍ୟାନ୍ସଙ୍କ ନିଦ ହଜାଇ ଦେଇଛି ।

ସୂଚନା ମୁତାବକ, ଖୁବଶୀଘ୍ର ସାନିଆ-ଶୋଏବ ଅଲଗା ହେବାକୁ ଯାଉଛନ୍ତି । ସାନିଆଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଏନେଇ କିଛି ସୁରାକ ମିଳିଛି । ଗତ ୪ ତାରିଖରେ ଏନେଇ ସାନିଆ ନିଜ ପୁଅ ଇଜହାନ ସହିତ ଏକ କ୍ୟୁଟ ଫଟୋ ଶେୟାର କରିଥିଲେ । ‘ସେଇ ମୁହୂର୍ତ୍ତଗୁଡ଼ିକ ମୋତେ କଠିନ ଦିନ ଆଡ଼କୁ ଟାଣି ନେଉଛି’ ଏପରି ସେ ଲେଖିଥିଲେ ।

ତେବେ କିଛି ମିଡ଼ିଆ ରିପୋର୍ଟ ମୁତାବକ, ଶୋଏବ ଏକ ଟିଭି ଶୋ’ ଅବସରରେ ସାନିଆଙ୍କୁ ଧୋକ୍କା ଦେଇଥିଲେ । ଏନେଇ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ନିକଟରେ ଷ୍ଟାର ଦମ୍ପତି ନିଜର ପୁତ୍ର ଇଜହାନ ମିର୍ଜା ମଲିକାର ଜନ୍ମଦିନ ଏକତ୍ର ପାଳନ କରିଥିଲେ । ଶୋଏବ ଏହାର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ । ମାତ୍ର ସୋନିଆ ଜନ୍ମଦିନର ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିନଥିଲେ । ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଏଥିରୁ ସ୍ପଷ୍ଟ ହେଉଥିବା କୁହାଯାଉଛି ।

 

View this post on Instagram

 

A post shared by Sania Mirza (@mirzasaniar)

Get real time updates directly on you device, subscribe now.