fbpx

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି କାମ; ମିଳିବ ମା ଲକ୍ଷ୍ମୀଙ୍କ କୃପା, ହେବ ଧନବର୍ଷା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ଏକ ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ଅନ୍ୟ ପୂଜା ପର୍ବ ତୁଳନାରେ ତାକୁ ଭିନ୍ନ କରିଥାଏ । ତେବେ କାର୍ତ୍ତିକ ମାସ ଅନ୍ୟ ମାସ ତୁଳନାରେ ଭିନ୍ନ ହୋଇଥାଏ । ପୌରାଣିକ ଗାଥା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ତ୍ରିପୁରାସୁର ରାକ୍ଷସକୁ ବଦ୍ଧ କରିବା ସହ ସବୁ ଦେବାଦେବୀ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଖୁସିରେ ଦେବତାମାନେ ଦୀପ ଜାଳି ଦେବ ଦୀପାବଳି ପାଳନ କରିଥିଲେ । ଏତତ୍ ବ୍ୟତୀତ ଏହି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରିଥାନ୍ତି । ତେଣୁ କୁହାଯାଏ ଯେ କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ସ୍ନାନ କରିଲେ ଜୀବନର ସମସ୍ତ ପାପ ଦୂର ହେବା ସହ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହୋଇଥାଏ । ଏତତ୍ ବ୍ୟତୀତ ପୂର୍ଣ୍ଣିମା ଦିନ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ମିଳିବା ସହ ଧନପ୍ରାପ୍ତି ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମା ଦିନ କେଉଁ କାର୍ଯ୍ୟ କରିବା ଆବଶ୍ୟକ ।

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି କାମ:

କରନ୍ତୁ ଦୀପଦାନ: କାର୍ତ୍ତିକ ପୂର୍ଣ୍ଣମା ଦିନ ପ୍ରାତଃ ସମୟରେ ନଦୀରେ ଦୀପଦାନର ଅନେକ ମହତ୍ୱ ରହିଥାଏ । ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ଦୀପଦାନ କରିବା ଦ୍ୱାରା ଅକାଳ ମୃତ୍ୟୁ ଦୋଷ ଦୂର ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ ।

ପବିତ୍ର ନଦୀରେ ସ୍ନାନ : ଶାସ୍ତ୍ର ଅନୁସାରେ କାର୍ତ୍ତିିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରିଥାନ୍ତି । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନ କୌଣସି ପବିତ୍ର ନଦୀରେ ବୁଡ ଦେବା ଦ୍ୱାରା ଜୀବନର ସମସ୍ତ ପାପ ଦୂର ହେବା ସହ ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ତାଙ୍କ କୃପା ବର୍ଷା କରିଥାନ୍ତି । ଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ହରିହରଙ୍କ ପୂଜା: କାର୍ତ୍ତିକ ପୂର୍ଣ୍ଣିମା ଶ୍ରୀହରିଙ୍କୁ ସମର୍ପିତ କରାଯାଇଥାଏ । ତେଣୁ ଏହି ଦିନ ସକାଳୁ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରକୁ ତୁଳସୀ ଅର୍ପଣ କରିବା ସହ ବିଦ୍ଧିବଦ୍ଧ ଭାବରେ ତାଙ୍କୁ ପୂଜା କରନ୍ତୁ । ଏତତ୍ ବ୍ୟତୀତ ଭଗବାନ ଶିବଙ୍କୁ ମଧ୍ୟ ପଞ୍ଚାମୃତରେ ଅଭିଷେକ ମଧ୍ୟ କରାନ୍ତୁ । ଏପରି କରିବା ଦ୍ୱାରା ଅନେକ ପୂର୍ଣ୍ଣ ମିଳିବା ସହ ଭଗବାନଙ୍କ କୃପା ଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ରହିବ । ଏଥିସହିତ ଏହି ଦିନ ମା ଲକ୍ଷ୍ମୀଙ୍କ ନିକଟରେ ଖିରି ଭୋଗ କରିବା ଦ୍ୱାରା ମା ବହୁତ ପ୍ରସନ୍ନ ହୋଇଥାନ୍ତି । ଫଳରେ ଘରେ ସର୍ବଦା ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

Get real time updates directly on you device, subscribe now.