fbpx

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟ; ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢିବାରେ ଲାଗିଛି । ଖାସ କରି ଯୁବପଢିମାନେ ଅଧିକ ମାତ୍ରାରେ ଏହାର ଶିକାର ହେଉଛନ୍ତି । ନିକଟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଥିବା ବେଳେ, ବର୍ତ୍ତମାନ ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ସେଠାକାର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ତେବେ ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ହଷ୍ଟେଲରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ବେକରେ ଗାମୁଛା ଲଗାଇ ଝୁଲି ପଡିଛନ୍ତି ଯୁବତୀ । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ତିରିପଦା ଗଡର ହୋଇଥିବା ବେଳେ ତାଙ୍କ ନାମ ଦୀପ୍ତି ପାଣି ବୋଲି ସୂଚନାରୁ ଜଣାପଡିଛି । ତେବେ ସେ ଖଣ୍ଡଗିରି ବାରଭୁଜାରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଘଟଣା ସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଥିବା ଜଣାପଡିଛି । ଅନ୍ୟପକ୍ଷେ କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ଏପରି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

Get real time updates directly on you device, subscribe now.