fbpx

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି, ଅଳ୍ପକେ ବର୍ତ୍ତିଲେ ପିଲା

ସାଲେପୁର: ଛୋଟ ଶିଶୁର ପ୍ରଥମ ଶିକ୍ଷାକେନ୍ଦ୍ର ହେଉଛି ଅଙ୍ଗନବାଡ଼ି । ସେଠାରେ ପିଲା ପାଠ ପଢି ନିଜର ମୂଳଦୁଆକୁ ମଜବୁତ କରି ସାରିବା ପରେ ବିଦ୍ୟାଳୟ ଯାଇଥାଏ । ହେଲେ ଏଠାରେ ଯଦି ଦୁର୍ଘଟଣା ଘଟେ ତେବେ ଛୋଟ କୁନି ପିଲାଙ୍କ ଅବସ୍ଥା କଣ ହେବ । ଏମିତି ଏକ ଘଟଣା ସାଲେପୁରରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ମାହାଙ୍ଗା ଳଲିତଗିରି ଗାଁର ଅଙ୍ଗନବାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟି ଏପରି ଦୁର୍ଘଟଣା ହୋଇଛି । ଘଟଣାରୁ ଜଣାପଡିଛି ଅଙ୍ଗନବାଡ଼ିର ପାଚିକା ରୋଷେଇ କରୁଥିବା ସମୟରେ ଗ୍ୟାସରୁ ହଠାତ ନିଆଁ ଜଳି ଉଠିଥିଲା । ନିଆଁ ଦେଖିବା ପରେ ସେ ରୋଷେଇ ଶାଳରୁ ପଳାୟନ କରିଥିଲେ ।

ତେବେ ଘଟଣା ସ୍ଥଳରେ ନିଆଁ ଜଳିବା ଦେଖି ସହାୟିକା ପିଲାମାନଙ୍କୁ ଘରୁ ବାହାରକୁ ନେଇଆସିଥିଲେ । ଏହାର ଅଳ୍ପ ସମୟପରେ ଟାଙ୍କିଫାଟି ସମ୍ପୂର୍ଣ୍ଣ ଘର ହୁହୁ ହୋଇ ଜଳିଥିଲା । ହେଲେ ସଂପୂର୍ଣ୍ଣ ଘର ଜଳିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ବହୁ କୁନି ପିଲା । କିନ୍ତୁ ଅଙ୍ଗନବାଡ଼ିରେ କାଗଜପତ୍ର ଭିତରେ ରହିଛି କି ଦିଦି ନେଇଆସିଛନ୍ତି । ସ୍ଥାନୀୟ ଲୋକେ ଦମକଳକୁ ଡ଼କାଇ ନିଆଁଲିଭା ପ୍ରସ୍ତୁତି ଚଳାଇଛନ୍ତି ।

Get real time updates directly on you device, subscribe now.