fbpx

ଜି -୨୦ ଶିଖର ସମ୍ମିଳନୀରେ ମୁହାମୁହିଁ ଭାରତ-ଚୀନ; ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ୨ ଦିନ ଧରି ଚାଲିଥିବା ଜି-୨୦ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଦୁଇ ଶକ୍ତି ରାଷ୍ଟ୍ରର ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ତେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି-୨୦ ମମ୍ମିଳନୀରେ ଥିବା ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ମୋଦୀ ଓ ଜିନପିଙ୍ଗ ଉଭୟଙ୍କ ସହ ହାତ ମିଳାଇବା ସହ କିଛି ସମୟ କଥା ମଧ୍ୟ ହୋଇଥିଲେ । ତେବେ ୨୦୨୦ ମସିହା ଗଲୱାନରେ ହୋଇଥିବା ସଂଘର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରଷ୍ଟ୍ରପତି ଜିନପିଙ୍ଗ ସହ ଏହା ହେଇଛି ପ୍ରଥମ ସାକ୍ଷାତ । ଏହି ସାକ୍ଷାତ ସରକାରୀ ନଥିଲା ବୋଲି ସୂଚନାରୁ ଜଣାପଡିଛି । ଏଥିସହିତ ଉଭୟ ନେତା କେଉଁ ପ୍ରସଙ୍ଗ ନେଇ କଥା ହେଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟପକ୍ଷେ ଏହି ଜି-୨୦ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । କିନ୍ତୁ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ସେଭଳି କୌଣସି ଆଲୋଚନା ହୋଇନଥିବା ଜଣାପଡିଛି । ଜୁନ୍, ୨୦୨୦ରେ ଗଲୱାନ ଘାଟିରେ ଚୀନ୍ ଓ ଭାରତ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଫଳରେ ଏହି ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରଠାରୁ ଭାତର ଓ ଚୀନ ଉଭୟ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଏହାପରେ ୨୦୨୨ ଜି-୨୦ ଶିଖର ସମ୍ମିଳନୀରେ ଉଭୟ ନେତା ପରସ୍ପର ସହ ହାତ ମିଳାଇବା ସହ କଥା ହୋଇଥିଲେ ।

ତେବେ ଏହା ପୂର୍ବରୁ ମୋଦୀ ଜି-୨୦ ସମ୍ମିଳନୀ ମଞ୍ଚରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିଲେ । ଯାହାକି ସରକାରୀ ନଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଜି-୨୦ ଶିଖର ସମ୍ମିଳନୀ ବାହାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଅନ୍ୟ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଥିଲେ, ଯାହାକି ସରକାରୀ ଆଲୋଚନା ନଥିବା ଜଣା ପଡିଛି ।

Get real time updates directly on you device, subscribe now.