fbpx

ହିଜାବ ବିରୋଧୀ ଆନ୍ଦୋଳନ ସମୟରେ ଗୁଳିମାଡ ; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ ହିଜାବକୁ ନେଇ ଇରାନରୁ ଏକ ଛାତିଥରା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ସମୟରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାଟି ଇରାନର ଦକ୍ଷିଣ-ପଞ୍ଚିମ ସହରରେ ଥିବା ଇଜେହ ଠାରେ ହୋଇଛି । ସେଠାରେ ହିଜାବ ବିରୋଧୀ ଆନ୍ଦୋଳନ ଚାଲୁଥିବା ବେଳେ କେହି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛି । ଯେଉଁ କାରଣରୁ ୫ ଜଣ ଆନ୍ଦୋଳନକାରୀ ଘଟଣାସ୍ଥଳରେ ହିଁ ଟଳି ପଡିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ ଏହି ଗୁଳିକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଫଳରେ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାକୁ କୌଣସି ସଂଗଠନ ଦାୟୀ କରି ନାହାନ୍ତି । ତେବେ ଏହି ଭୟଙ୍କର ଘଟଣାଟି ପ୍ରକୃତରେ କିଏ କରିଛି ଓ କାହିଁକି କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।

Get real time updates directly on you device, subscribe now.