fbpx

୪୮ ଘଣ୍ଟିଆ ବନ୍ଦ ପାଇକମାଳ; ବନ୍ଦ ଡାକରା ଦେଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର: ୩ ଦଫା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଇକମାଳ । ପାଇକମାଳରେ JMFC କୋର୍ଟ ସହ ଏହାକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ସକାଳ ୬ ଟାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଫଳରେ ଏହି ସମୟରେ ସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିବ । ସେହିପରି ଯାନବାହାନ ଚଳାଚଳ ସ୍ୱଭାବିକ ରହିବ ବୋଲି ଜଣା ପଡିଛି ।

ତେବେ ଏହି ଦାବିଗୁଡିକ ଯଦି ନ ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବନ୍ଦ ଡାକରା ପୂର୍ବରୁ ଦୁଇଦିନ ହେବ ପାଇକମାଳର ଜନ ସାଧାରଣ ଧାରଣାରେ ବସିଥିଲେ । ତେବେ ତାଙ୍କ କଥା କେହି ନଶୁଣିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.