fbpx

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଆହୁରି ୨ ରୁ ୪ ଡିଗ୍ରୀ ଖସବ ପାରଦ

ଭୁବନେଶ୍ୱର: ଗତ କିଛି ଦିନ ହେବ ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢିବାର ଲାଗିଛି । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ସବୁଆଡେ ଶୀତ ଅନୁଭୁତ ହେଉଛି । ତେବେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ହେବା ସହ ପାରଦ ଖସିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ସହର ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିବା ବାଳେ କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରୋକର୍ଡ କରାଯାଇଛି ।

ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ସ୍ୱାଭାବିକ ଠାରୁ ପାରଦ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢିବ । ତେବେ ଏହିଭଳି ପାଗ ଆଗାମୀ ୫ ଦିନ ଯାଏ ରହିବ ବୋଲି ଜଣା ପଡିଛି । ୨୪ ଘଣ୍ଟା ମଧ୍ୟରେ କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରହିଥିବା ବାଳେ ରାଜ୍ୟର ୯ ଟି ସହରରେ ୧୪ ଡିଗ୍ରୀ ତଳେ ତାପମାତ୍ରା ରହିଛି । ତେବେ ଶିମିଳିଗୁଡାରେ ୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ସବୁ ସହଠାରୁ କମ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ଜି.ଉଦୟଗିରିରେ ୮ଡିଗ୍ରୀ, ଫୁଲବାଣୀ ୧୦ଡିଗ୍ରୀ, କୋରାପୁଟ ୧୦ଡିଗ୍ରୀ, ଏବଂ ଦାରିଙ୍ଗବାଡିରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଛି । ଏତତ୍ ବ୍ୟତୀତ ଭବାନୀପାଟଣା ଓ ବୌଦ୍ଧରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୩.୨ଡିଗ୍ରୀ, କେନ୍ଦୁଝରରେ ୧୩.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Get real time updates directly on you device, subscribe now.