fbpx

ଜ୍ଞାନବ୍ୟାପୀ ମାମଲା: ମୁସଲିମ ପକ୍ଷଙ୍କ ଆବେଦନ ଖାରଜ, ମାମଲା ଶୁଣାଣି କରିବାକୁ ପ୍ରସ୍ତୁତ ବାରାଣସୀ କୋର୍ଟ  

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମାମଲାରେ ବାରାଣସୀ କୋର୍ଟ ମୁସଲିମ ପକ୍ଷଙ୍କ ଯାଚିକା ଖାରଜ କରିଛନ୍ତି। ମୁସଲିମ ପକ୍ଷ ଅଦାଲତରେ ଯାଚିକା ଦାଖଲ କରି ହିନ୍ଦୁ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ହେବା ଉଚିତ୍ ନୁହେଁ ବୋଲି ଦାବି କରିଥିଲେ। ମାତ୍ର ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯାଚିକା ଉପରେ ଶୁଣାଣି କରାଯାଇ ପାରିବ। ଏହି କାରଣରୁ କୋର୍ଟ ମୁସଲିମ ପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୧୪ ରେ ସିଭିଲ ଜଜ ସିନିୟର ଡିଭିଜନ ମହେନ୍ଦ୍ର କୁମାର ପାଣ୍ଡେଙ୍କ ଅଦାଲତ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ମୁସଲିମ ପକ୍ଷଙ୍କ ତରଫରୁ ଦଲିଲ ଦିଆଯାଇଥିଲା ଯେ, ଜିଲ୍ଲା ଜଜଙ୍କ ଅଦାଲତରେ ଶୃଙ୍ଗାର ଗୌରୀ ମାମଲା ନିୟମିତ ପୂଜାକୁ ନେଇଥିଲା। ମାତ୍ର ଏହି କେସ୍‌ରେ ଜ୍ଞାନବ୍ୟାପୀ ମସଜିଦର ଢାଞ୍ଚାକୁ ନେଇ ରହିଛି। ତେଣୁ ଆଶା କରାଯାଉଥିଲା ଅଦାଲତ ମୋକଦ୍ଦମାକୁ ଖାରଜ କରିଦେବେ। ମାତ୍ର ବର୍ତ୍ତମାନ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ରାଜି ହୋଇଛନ୍ତି।

ହିନ୍ଦୁ ପକ୍ଷ ପୂର୍ବରୁ ଚାରୋଟି ଦାବି ରଖିଥିଲେ। ଦାବି ଗୁଡିକ ହେଉଛି ତତ୍କାଳ ପ୍ରଭାବରୁ ଭଗବାନ ବିଶ୍ଵେଶ୍ଵର ଶମ୍ଭୁ ବିରାଜମାନଙ୍କ ନିୟମିତ ପୂଜା ଆରମ୍ଭ କରାଯିବ, ସଂପୂର୍ଣ୍ଣ ଜ୍ଞାନବ୍ୟାପୀ ପରିସରରେ ମୁସଲମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା, ସଂପୂର୍ଣ୍ଣ ପରିସରକୁ ହିନ୍ଦୁଙ୍କୁ ପ୍ରଦାନ କରିବା ଏବଂ ମନ୍ଦିର ଉପରେ ନିର୍ମିତ ବିବାଦୀୟ ଢାଞ୍ଚାକୁ ହଟାଇବା ସାମିଲ୍।

କିନ୍ତୁ କୋର୍ଟ ଏହି ସବୁ ଦାବି ମାନିବେ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣା ପଡିବ। ମାତ୍ର ହିନ୍ଦୁ ପକ୍ଷଙ୍କ ପାଇଁ ଏହା ଆଶ୍ଵସ୍ତିକର ଖବର ଯେ, କୋର୍ଟ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ମୁସଲିମ ପକ୍ଷ ଚାହୁଁଥିଲେ ମାମଲାରେ ଶୁଣାଣି ନହେଉ ଏବଂ ଆବେଦନକୁ ଅଗ୍ରାହ୍ୟ କରାଯାଉ।

Get real time updates directly on you device, subscribe now.