ନୂଆଦିଲ୍ଲୀ: ଯଦି ଆପଣମାନେ ଇଅରବର୍ଡ ବ୍ୟବହାର କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । ଏହି ୱାୟରଲେସ ଡିଭାଇସଟି ଯେତେ ସୁବିଧାଦାୟକ ତା ଠାରୁ ଅଧିକ ବିପଦଜ୍ଜନକ । ଛୋଟ ଅସାବଧାନତା ଆପଣଙ୍କୁ ବିପଦରେ ପକାଇପାରେ । ଯାହା ଦ୍ୱାରା ଆପଣଙ୍କ ଶୁଣିବାର କ୍ଷମତା ଶେଷ ହେବାର ଆଶଙ୍କା ମଧ୍ୟ ରହିଛି ।
ସୂଚନା ଅନୁସାରେ ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହୋଇଥିଲା ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣଙ୍କୁ କିଛି ଦିନ ଧରି ଠିକ ଭାବରେ ଶୁଣା ଯାଉ ନଥିବାରୁ ସେ ତାଙ୍କର ଡାକ୍ତରୀ ପରୀକ୍ଷା କରିଥିଲେ । ପରୀକ୍ଷା କରିବା ପରେ ରିପୋର୍ଟରେ ଯାହା ସାମ୍ନାକୁ ଆସିଥିଲା ସେଥିରେ ତାଙ୍କର ହୋସ ଉଡ଼ି ଯାଇଥିଲା ।
ରୟାଲ ନେଭିରେ କାମ କରୁଥିବା ଇଂଲଣ୍ଡ ନିବାସୀ ୱିିଲିସ ଲି ୫ ବର୍ଷ ପୂର୍ବରୁ ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ ଅଷ୍ଟ୍ରେଲିଆ ଯାଉଥିଲେ । ଉଡ଼ାଣ ସମୟରେ ବିମାନ ଶବ୍ଦଠୁ ବଞ୍ଚିବା ପାଇଁ ସେ ତାଙ୍କ କାନରେ ଇୟରବର୍ଡ ଲଗାଇଥିଲେ । ଯେତେବେଳେ ସେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ, ସେତେବେଳେ ସେ ତାଙ୍କର ଇୟରବର୍ଡ଼କୁ କାନରୁ ଖୋଲିବାକୁ ଭୁଲି ଯାଇଥିଲେ । ଯାହା ଫଳରେ ଏହା ଧୀରେ ଧୀରେ କାନ ଭିତରକୁ ପଶି ଯାଇଥିଲା ।
ତେବେ କାନ ଭିତରେ ଇୟରବର୍ଡଟି ରହି ଯାଇଥିବାରୁ ତାଙ୍କୁ ଶୁଣିବାରେ ଅସୁବିଧା ଆରମ୍ଭ ହୋଇଥିଲା । ତେବେ ସେ ଅନୁଭବ କରିଥିଲେ ଯେ ବିମାନ ଚଳାଚଳ କ୍ଷେତ୍ରରେ ସେ ଦୀର୍ଘ ସମୟ କାମ କରୁଥିବାରୁ ତାଙ୍କୁ ଠିକ ଭାବରେ ଶୁଣାଯାଉ ନାହିଁ ।
ଏହା ବ୍ୟତୀତ ୱିଲିସ ଏହା ମଧ୍ୟ ଅନୁଭବ କରିଥିଲେ ଯେ ଛୋଟ ବେଳେ ଖେଳ ସମୟରେ ତାଙ୍କ କାନରେ ଆଘାତ ଲାଗିଥିଲା ଯାହା ଫଳରେ ବର୍ତ୍ତମାନ ତାଙ୍କୁ ଶୁଣିବାରେ ଅସୁବିଧା ହେଉଛି । ଯେତେବେଳେ ସମସ୍ୟା ବଢିବାକୁ ଲାଗିଥିଲା ସେ ଏଣ୍ଡୋସ୍କୋପ କିଟ କିଣି ଘରେ ହିଁ କାନ ଯାଞ୍ଚ କରିବାକୁ ସ୍ଥିର କରିଥିଲେ । ଏହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ କୌଣସି ଏକ ଧଳା ଜିନିଷ ତାଙ୍କ କାନରେ ଫସି ରହିଛି । ଏହା ଜଣା ପଡ଼ିବା ପରେ ସେ ସମୟ ନଷ୍ଟ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ । ତେବେ ଡାକ୍ତର ଇୟରବର୍ଡ କାନ ଭିତରୁ ବାହାର କରିବା ପରେ ହିଁ ସେ ଠିକ ଭାବରେ ଶୁଣି ପାରିଥିଲେ । ତେବେ ଏହି ଇୟରବର୍ଡଟି ୱିଲିସଙ୍କ କାନ ଭିତରେ ୫ ବର୍ଷ ରହିଥିଲା ।