fbpx

ମଣିଷର ବୃଦ୍ଧତ୍ୱ ଲିଙ୍ଗ ଆଧାରିତ: ମହିଳାଙ୍କ ତୁଳନାରେ ପୁରୁଷମାନେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି କାହିଁକି: କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଶିଶୁ, ଯୁବକ ଓ ବୃଦ୍ଧ । ମଣିଷ ଜୀବନର ଏହି ତିନୋଟି ଅବସ୍ଥାକୁ କେହି ରୋକି ପାରିବେ ନାହିଁ । ତେବେ ନିୟମିତ ଯୋଗ, ଉପଯୁକ୍ତ ଖାଦ୍ୟପେୟ ଓ ଶାରୀରିକ ଭାବେ ଫିଟ୍ ରହିପାରିଲେ ଜଣେ କମ୍ ବୟସର ମଣିଷ ପରି ଜଣାପଡ଼ିଥାଏ । ଯେତେବେଳେ ଜଣେ ପୁରୁଷ ୫୦ ବର୍ଷରେ ଉପନୀତ ହେଉଛନ୍ତି, ସେତେବେଳେ ସେ ସମ ବୟସର ଜଣେ ମହିଳାଙ୍କ ତୁଳନାରେ ଅଧିକ ବୟସ୍କ ଦେଖାଯାଇଥାନ୍ତି । ଏହି ବ୍ୟବଧାନ ବହୁତ କମ୍ ବୟସରୁ ହିଁ ଜଣାପଡ଼ିଥାଏ ।

ଅଧିକାଂଶ ମହିଳା ତାଙ୍କର ସ୍ୱାମୀଙ୍କୁ ଏକଥା କହୁଥିବାର ଦେଖାଯାଇଥାଏ ଯେ, ‘ତୁମେ ବୁଢ଼ା ହୋଇ ଗଲଣି ।’ ବାସ୍ତବସରେ ଏହି କଥାଟି କ’ଣ ସତ? ମହିଳାଙ୍କ ତୁଳନାରେ ପୁରୁଷମାନେ ଶୀଘ୍ର ବୁଢ଼ା ହୋଇଯାଇଥାନ୍ତି । ଏନେଇ ଫିନଲ୍ୟାଣ୍ଡର ୟୁନିଭରସିଟି ଅଫ୍ ଜିବାସ୍କାୟଲା ପକ୍ଷରୁ ନିକଟରେ ଏକ ରିସର୍ଚ୍ଚ ତଥ୍ୟ ପ୍ରଦାନ କରାଯାଇଛି । ଜୈବିକ ଦୃଷ୍ଟିରୁ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଶୀଘ୍ର ବୁଢ଼ା ହୋଇଥାନ୍ତି । ତେଣୁ ମଣିଷର ବୃଦ୍ଧତ୍ୱ ଲିଙ୍ଗ ଆଧାରିତ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ବିଶେଷଜ୍ଞଙ୍କ ମତରେ, ୫୦ ବର୍ଷ ବୟସରେ ଜଣେ ପୁରୁଷ ମହିଳାଙ୍କ ତୁଳନାରେ ୪ ବର୍ଷ ବଡ଼ ଭଳି ଦେଖାଯାଇଥାଏ । ପୁରଷମାନେ ଆବଶ୍ୟକତାଠାରୁ ଅଧିକ ଧୂମ୍ରପାନ କରିଥାନ୍ତି । ପୁରୁଷଙ୍କର ଶାରୀରିକ ଗଠନ ହିଁ ତାକୁ ଅଧିକ ବୟସ୍କ କରାଇଥାଏ । ଶରୀର ଅଧିକ ବଡ଼ ହେବା ମଧ୍ୟ ଏକ ମୁଖ୍ୟ କାରଣ । ୨୦ ବର୍ଷ ବୟସରୁ ପୁରୁଷଙ୍କ କ୍ଷେତ୍ରରେ ବୟସ ତାରତମ୍ୟ ଦେଖାଯାଇଥାଏ । ବୈଜ୍ଞାନିକମାନେ ବୟସ ଅନ୍ତରକୁ ବୁଝିବା ପାଇଁ ଯମଜ ଭାଇ-ଭଉଣୀଙ୍କ ଉପରେ ରିସର୍ଚ୍ଚ କରିଥିଲେ । ଏ କ୍ଷେତ୍ରରେ ଭାଇ ତା’ର ଭଉଣୀ ତୁଳନାରେ ଜୈବିକ ଭାବେ ଏକ ବର୍ଷ ବଡ଼ ଦେଖାଯାଇଥାଏ ।

Get real time updates directly on you device, subscribe now.