fbpx
BSKY SKY
BSKY SKY

୨୦୨୩ରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ହେବ ଧନବର୍ଷା, ଜୀବନରେ ମିଳିବ ସଫଳତା

BSKY

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଏବଂ କେତୁ ଗ୍ରହ ଦେଢ ବର୍ଷରେ ଥରେ ସେମାନେ ତାଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ଦୁଇ ଗ୍ରହ ସର୍ବଦା ବକ୍ର ଚାଳନା କରୁଥିବା ବେଳେ ଏହି ଦୁଇ ଗ୍ରହଙ୍କୁ ମାୟାବି ଗ୍ରହ ମଧ୍ୟ କୁହାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଅର୍ଥାତ ୨୦୨୨ ମସିହାରେ ରାହୁ ଏବଂ କେତୁ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ ୨୦୨୩ ମସିହାରେ ମଧ୍ୟ ଉଭୟ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ଏହା ପ୍ରତ୍ୟେକ ବକ୍ତିର ଜୀବନ ଉପରେ ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ବ୍ୟକ୍ତିଙ୍କୁ ଏହା ଶୁଭ ଫଳ ପ୍ରଦାନ କରିବା ବେଳେ କିଛି ବ୍ୟକ୍ତି ଅନେକ ସମସ୍ୟା ଦେଇ ଗତି କରିବେ । ବର୍ତ୍ତମାନ ରାହୁ ମେଷ ରାଶିରେ ଥିବା ବେଳେ ୨୦୨୩ ଅକ୍ଟୋବର ୩୦ ତାରିଖରେ ସେ ମେଷ ରାଶିରୁ ବକ୍ର ଚାଳନା କରି ମୀନ ରାଶିରେ ପ୍ରବେଶ କରିବେ । ଯାହାଫଳରେ ଏହା ମୋଟ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୩ ଟି ରାଶି ଉପରେ ଏହାର ଅଧିକ ପ୍ରଭାବ ରହିବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ କରିବା ସହ ୨୦୨୩ ବର୍ଷ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ରାହୁଙ୍କ ଚଳନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ମେଷ ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି । ଖାସ କରି ରାହୁଙ୍କ ଏହି ଚଳନ ସମୟରେ ଆର୍ଥିକ ସ୍ଥିତି ସଦୃଢ ରହିବ । ଚାକିରି ଏବଂ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଅନେକ ଲାଭବାନ ହେବେ । ଏଥିସହିତ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

କର୍କଟ: ରାହୁଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟର ଉପରେ ବହୁତ ଭଲ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରରେ ଉନ୍ନତି କରିବା ସହ ଚାକିରି କରିଥିବା ବ୍ୟକ୍ତିମାନଙ୍କର ପ୍ରମୋଶନ ମଧ୍ୟ ହେବାର ସମମ୍ଭାବନା ରହିଛି । ଖାସ କରି ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ଅତ୍ୟନ୍ତ ଶୁଭ ଦାୟକ ହେବ ଏବଂ ମାନସମ୍ମାନ ବୃଦ୍ଧି ପାଇବ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ମେଷ ରାଶିରୁ ବକ୍ର ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଯାହାଫଳରେ ଏହି ରାଶି ଉପରେ ରାହୁଙ୍କ ପ୍ରଭାବ ସବୁଠାରୁ ଅଧିକ ମାତ୍ରାରେ ପଡିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ସମୃଦ୍ଧି ଲାଗି ରହିବା ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟ କରିବାକୁ ଚାହୁଁଥିଲେ ଏହା ସେମାନଙ୍କ ପାଇଁ ବହୁତ ଲାଭ ଦାୟକ ହେବ ।

Get real time updates directly on you device, subscribe now.