fbpx

ସ୍ୱଚ୍ଛତା ଯଦି ଚାହୁଁଛନ୍ତି ତେବେ କେଜ୍ରିୱାଲଙ୍କୁ ଭୋଟ ଦିଅ, ଏମସିଡି ନିର୍ବାଚନ ପାଇଁ ଆପର ପ୍ରସ୍ତୁତି

ନୂଆଦିଲ୍ଲୀ : ଆଗକୁ ଆସୁଛି ଦିଲ୍ଲୀ ନଗର ନିଗମ ନିର୍ବାଚନ । ଏନେଇ ପ୍ରଚାର ଆରମ୍ଭ କରିସାରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏଥର ଏମସିଡି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟୀ କିଛି ଅଲଗା ଢଙ୍ଗରେ ପ୍ରଚାର କରୁଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଶୁକ୍ରବାର ଦିନ ଆପ ମୁଖ୍ୟାଳୟରୁ ଅଳିଆ ସଫା ଟ୍ରକକୁ ଲଂଚ କରାଯାଇଛି । ୧୫ ବର୍ଷ ମଧ୍ୟରେ ବିଜେପି ଦିଲ୍ଲୀକୁ ଅଳିଆ କରିଦେଇଛି । ଏହି ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କୁ କୁହାଯାଉଛି ଯଦି ଆପଣଙ୍କୁ ଅଳିଆ ଦରକାର ତେବେ ବିଜେପିକୁ ଭୋଟ ଦିଅ ,ଯଦି ଆପଣଙ୍କୁ ସ୍ୱଚ୍ଛତା ଦରକାର ତେବେ କେଜିରୱାଲଙ୍କୁ ଭୋଟ ଦିଅ ।

ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି ଯେ, ବିଜେପି ପୂର୍ବ ୧୫ବର୍ଷ ହେବ ରାଷ୍ଟ୍ରୀୟ ରାଜନୀତିକୁ ଅପରିଷ୍କାର କରିଦେଇଛି । ସେଥିପାଇଁ ଯଦି ଆପଣ ସ୍ୱଚ୍ଛତା ଚାହୁଁଛନ୍ତି ତେବେ ଆପକୁ ଭୋଟ ଦିଅନ୍ତୁ । ତେବେ ଦିଲ୍ଲୀ ଗାଜିପୁର ରେ ୩ଟି ଅଳିଆ ପାହାଡ ଦେଖିବାକୁ ପାଇଥିଲେ କେଜ୍ରିୱାଲ । ଏହାକୁ ଦେଖିଲା ପରେ ସେ କହିଥିଲେ ଯେ, ବିଜେପି ଆମକୁ ୧୫ଟି ଅଳିଆ ଗଦା ଦେଇଛି । ପ୍ରଥମେ ବିଜେପି କାର୍ଯ୍ୟକାରୀ ମାନେ ଦିଲ୍ଲୀ ସରକାର ଉପରେ ଅଭିଯୋଗ ଆଣିଥିଲେ । ହେଲେ ଅଭିଯୋଗ ପରେ ଆପ କର୍ମୀମାନେ ଗାଜିପୁରରେ ପହଁଚିଥିଲେ ।

ଏହାପରେ ବିଜେପି ଆପ ଉପରେ ଆରୋପ ଲଗାଇ କହିଥିଲେ ଯେ, କେଜ୍ରିୱାଲ ଗାଜିପୁର ଅଳିଆଗଦାକୁ ନେଇ ରାଜନୀତି କରୁଛି । ତେବେ ଦିଲ୍ଲୀ ଏମସିଡିରେ ୨୫୦ଟି ୱାର୍ଡ ପାଇଁ ୪ ଡିସେମ୍ବରରେ ମତଦାନ ହେବ । ଏହାପରେ ଡିସେମ୍ବର ୭ ତାରିଖରେ ଭୋଟଗଣତି ହୋଇ ପାର୍ଥୀ ଚୟନ କରାଯିବ ।

Get real time updates directly on you device, subscribe now.