fbpx

(video)ରନଓ୍ଵେରେ ଟ୍ରକକୁ ଧକ୍କା ଦେଲା ବିମାନ, ୨ ଦମକଳ କର୍ମଚାରୀ ମୃତ, ବର୍ତ୍ତିଗଲେ ୧୦୮ ଯାତ୍ରୀ

ନୂଆଦିଲ୍ଲୀ: ପେରୁର ଲିମା ବିମାନବନ୍ଦରରେ ଶୁକ୍ରବାର ବଡ ଦୁର୍ଘଟଣା ଟଳି ଯାଇଛି। ରନଓ୍ଵେରେ ଦମକଳ ବାହିନୀର ଏକ ଟ୍ରକ ସହ ବିମାନର ଧକ୍କା ଦେଇଛି। ଦୁର୍ଘଟଣାରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଧକ୍କା ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟର କଥା ବିମାନରେ ବସିଥିବା ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ଘଟିନଥିଲା।

ଏହି ଦୁର୍ଘଟଣା ପେରୁର ଜର୍ଜ ଚାଓ୍ଵେଜ ଅନ୍ତର୍ଜାତୀୟ ବିମାନରେ ଘଟିଛି। ଏଠାରେ ଲାଟମ ଏୟାରଲାଇନ୍ସର ବିମାନ ଉଡାଣ ଭରିବା ସମୟରେ ରନଓ୍ଵେରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ବିମାନର ଗୋଟିଏ ଡେଣା ଟ୍ରକ ସହ ଘସି ହୋଇ ଯାଇଥିଲା ଏବଂ ଏଥିରେ ନିଆଁ ଲାଗି ଯାଇଥିଲା। ସେହି ସମୟରେ ବିମାନରେ ୧୦୨ ଯାତ୍ରୀଙ୍କ ସହିତ ଛଅ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ଅଳ୍ପକେରୁ ବର୍ତ୍ତି ଯାଇଥିବା ଜଣା ପଡିଛି।

ଦୁର୍ଘଟଣା ପରେ ବିମାନ ବନ୍ଦରରେ ସେବା କିଛି ସମୟ ବାତିଲ କରାଯାଇଥିଲା। ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ ଆହତ ମଧ୍ୟ ଲାଗିନାହିଁ। ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି।

ଦୁର୍ଘଟଣା ମାତ୍ରେ  ବିମାନ ବନ୍ଦରର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ ଆଖପାଖ ଅଞ୍ଚଳରେ କଳା ଧୂଆଁ ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଭୟାନକ ଥିଲେ ବି କିଛି ସମୟ ପରେ କାବୁ କରାଯାଇଥିଲା।

Get real time updates directly on you device, subscribe now.