fbpx

ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କଲା କଂଗ୍ରେସ: ଜାଣନ୍ତୁ କାହା ନାଁ ଅଛି ସାମିଲ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୀତି । ନାମାଙ୍କନ ପ୍ରକ୍ରିୟା ସରିବା ପରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଥିବା ବେଳେ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି କଂଗ୍ରେସ । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଭାରୀ ଏ.ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ । ଏହା ସହ ନରସିଂହ ମିଶ୍ର, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକା, ସୁର ରାଉତରାୟ । ତେବେ ଏହି ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନାହିଁ ।

Image

Image

ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ୧୦ ମନ୍ତ୍ରୀଙ୍କ ସମେତ ୩ ଜଣ ଅଭିନେତା କୁ ମିଶାଇ ମୋଟ ୪୦ ଜଣଙ୍କ ନାମ ଘୋଷଣା କରାଯାଇଛି । ତାଲିକାର ଶୀର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମ ରହିଛି । ଏହାବ୍ୟତୀତ ପ୍ରଣବ ବଳବନ୍ତରାୟ ଏବଂ ପ୍ରମିଳା ମଲ୍ଲିକଙ୍କ ନାମ ବାଦ ପଡିଛି । ଧାମନଗରେ ବିଜେଡି ଏହି ଦୁଇ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲେ ହେଁ କିଛି ସୁଫଳ ମିଳି ନଥିଲା । ଯାହର ଫଳ ସ୍ୱରୁପ ତାଙ୍କୁ ଚଳିତ ଉପ ନିର୍ବାଚନରେ ବାଦ ରଖାଯାଇଛି । ଏହାସହିତ ବାଦ ପଡିଥିବା ମନ୍ତ୍ରୀଙ୍କ ନାମ ଏଥର ଯୋଡା ଯାଇଛି, କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ଦାୟିତ୍ୱ ମିଳିଛି ।

ସେପଟେ ବିଜେପି ପକ୍ଷରୁ ୪୦ ଜଣଙ୍କ ନାମ ଘୋଷଣା କରାଯାଇଛି । ପ୍ରଥମ ଥର କରି ଧାମନଗର ଉପନିର୍ବାଚନରେ ବିଜୟ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ । ଏହାସହିତ ୪ କେନ୍ଦ୍ର ମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡୁ, ଅର୍ଜ୍ଜୁନ ମୁଣ୍ଡା,ଅଶ୍ୱିନୀ ବୈଷ୍ଣବ ପ୍ରଚାର କରିବେ । ଏହାସହ ଜୟନାରାୟଣ ମିଶ୍ର,ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଉ ଉପ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ଅପରାଜିତା ଷଢ଼ଙ୍ଗର , ସଙ୍ଗୀତା ସିଂ ଦେଓଙ୍କ ନାମ ମଧ୍ୟ ସାମିଲ ରହିଛି । ଯାହା ବର୍ତ୍ତମାନ ବଡ ସୂଚନା ମିଳୁଛି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ପ୍ରଚାର କରି ପାରନ୍ତି ।

Get real time updates directly on you device, subscribe now.