fbpx
BSKY
BJD MC SKY
BJD YOUTH SKY

ନଭେମ୍ବର ୨୪ ତାରିଖରୁ ଏହି ୫ଟି ରାଶିର ଲୋକଙ୍କୁ ଲଗାତାର ମିଳିବ ଟଙ୍କା ଏବଂ ଖୁସି ଖବର

ଜ୍ୟେତିଷ ଶାସ୍ତ୍ର ଅନୁସାରେ ଗୁରୁଗ୍ରହର ଯଦି କୃପା ହୁଏ ତେବେ ଭାଗ୍ୟ ଖୋଲିଯାଏ । ଆଗକୁ ଆସୁଥିବା ନଭେମ୍ବର ୨୪ତାରିଖରେ ଗୁରୁ ମାର୍ଗ ପରିବର୍ତ୍ତନ ହେବ । ଯାହାଫଳରେ କିଛି ରାଶିର ଲୋକ ମାନଙ୍କ ଭାଗ୍ୟ ବଦଳି ପାରେ । ଏହି ଜାତକର ଲୋକମାନଙ୍କ ସବୁ କାମରେ ଭାଗ୍ୟ ସାଥ ଦେବା ସହ ଭରପୁର ଲାଭ ମିଳିବ । ଅବିବାହିତଙ୍କ ପାଇଁ ବାହାଘରର ଯୋଗ ରହିଛି । ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତି ସିଦ୍ଧି କେଉଁ ରାଶିମାନଙ୍କ ପାଇଁ ରହିଛି ।

ମେଷରାଶି: ମୀନରାଶିରେ ଗୁରୁ ମାର୍ଗ ପ୍ରବେଶ ହେବା ଫଳରେ ମେଷରାଶିର ଲୋକମାନଙ୍କ ପାଇଁ ବହୁ ଲାଭ ହୋଇଥାଏ । ବର୍ତ୍ତମାନ ଯଦି ଆପଣଙ୍କ ପ୍ରମୋଶନ ବାକି ରହିଯାଇଛି ତେବେ ଏହା ପୂରଣ ହେବ । ଏହାସହ ନୂଆ ଚାକିରୀ ମଧ୍ୟ ଅଫର ହୋଇପାରେ । ବୈବାହିକ ଜୀବନ ସୁଖମୟ ହେବ ।

ବୃଷରାଶି: ଗୁରୁସିଦ୍ଧି ଚାଲିବା ହେତୁ ବୃଷରାଶି ଲୋକମାନଙ୍କୁ ପ୍ରଚୁର ଧନଲାଭ ହେବ । କ୍ୟାରିୟରରେ ଯେଉଁ ମୌକାକୁ ଅପେକ୍ଷା କରୁଥିଲେ ତାହା ମଧ୍ୟ ବର୍ତ୍ତମାନ ମିଳିବ । ବିବାହର ଲଘ୍ନ ଖୋଲିବା ସମ୍ଭାବନା ରହିଛି । ଚାକିରୀ ପାଇଁ ସମୟ ଶୁଭ ରହିଛି ।

ବିଛା: ଦେବଗୁରୁ ବୃହସ୍ପତି ମାର୍ଗ ଚାଲିବାରେ ବିଛା ରାଶି ଲୋକଙ୍କ ପାଇଁ ବହୁ ଲାଭକାରୀ ପ୍ରମାଣ ହୋଇପାରେ । ଆପଣଙ୍କୁ ଭାଗ୍ୟର ସାଥ ସସ୍ପୂର୍ଣ୍ଣ ରୂପେ ମିଳିବ । ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଲାଭ ମିଳିବ । ଅବିବାହିତ ଲୋକେ ବିବାହ ମଧ୍ୟ କରିବେ ।

କନ୍ୟାରାଶି: ଏହି ରାଶିର ଲୋକ ମାନଙ୍କ ଘରେ ମଙ୍ଗଳ କାର୍ଯ୍ୟ ହେବାକୁ ଯାଉଛି । ଚାକିରୀ କ୍ଷେତ୍ରରେ ଶୁଭ ଖବର ମିଳିବ । ଏହାସହ ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ମୀନରାଶି: ଗୁରୁ ମୀନ ରାଶିରେ ହିଁ ପ୍ରବେଶ କରିବାକୁ ଯାଉଛନ୍ତି ଯାହାଫଳରେ ଉପରୋକ୍ତ ଚାରୋଟି ରାଶିରେ ଏହାର ପ୍ରଭାବ ରହିବ । ତେଣୁ ମୀନ ରାଶିର ଲୋକ ମାନଙ୍କ ଭାଗ୍ୟ ତୁରନ୍ତ ଖୋଲିବାକୁ ଯାଉଛି । କୁହାଯାଉଛି ଗୁରୁ ଚଳିବାର ପରିବର୍ତ୍ତନରେ ମୀନରାଶିର ଲୋକଙ୍କ ଭାଗ୍ୟ ଉଜ୍ୱଳିତ ହେବ । ସବୁ କାମରେ ସଫଳତା ଅର୍ଜନ କରିବେ । ପରିବାରରେ ଖୁସିର ପରିବେଶ ରହିବା ସହ ବିବାହ ହୋଇପାରୁ ନଥିଲେ ବିବାହ ହେବ ।

Get real time updates directly on you device, subscribe now.