fbpx

ଶୋଇଥିବା ବେଳେ ୫ ବର୍ଷ ପୁଅର ଗଳା କାଟି ହତ୍ୟା କଲା ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ୩୮ ବର୍ଷୀୟ ପିତା ତାଙ୍କ ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଜଣା ପଡ଼ିଛି। ଶନିବାର ସକାଳେ ମାଲୱାନି ଚର୍ଚ୍ଚ ନିକଟ ଘରେ ଶୋଇଥିବା ବେଳେ ଜଣେ ବାପା ତାଙ୍କର ୫ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି। ପୁଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ବାପା ନନ୍ଦନ ଅଧିକାରୀ ଥାନାରେ ଆତ୍ମସମର୍ପଣ କରିଥିଲା।

ସୂଚନା ଅନୁଯାୟୀ, ନନ୍ଦନ ଅଧିକାରୀ ଏବଂ ତାଙ୍କର ୩୫ ବର୍ଷିୟା ପତ୍ନୀ ସୁନୀତାଙ୍କର ମାଲୱାନୀରେ ଏକ ଅଣ୍ଡା ଦୋକାନ ଅଛି । ତାଙ୍କର ୧୩ ବର୍ଷର ଝିଅ ଏବଂ ୫ ବର୍ଷର ପୁଅ ଥିଲା । ନନ୍ଦନଙ୍କ ପତ୍ନୀ ସୁନୀତା ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ କାମ କରିବା ପରିବର୍ତ୍ତେ ଘରେ ଶୋଇ ରୁହନ୍ତି। ଏହି ସମୟରେ ସୁନୀତା ଏବଂ ତାଙ୍କ ଝିଅ ଦୋକାନ ସମ୍ଭାଳୁଥିଲେ। ଏନେଇ ବାରମ୍ବାର ଘରେ ଅସନ୍ତୋଷ ଦେଖା ଯାଉଥିଲା । ଅଭିଯୁକ୍ତ ନନ୍ଦନ ନିଶା ସେବନ ଭଳି ଖରାପ ଅଭ୍ୟାସରେ ଅଭ୍ୟସ୍ତ ଥିଲେ । ତେବେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବଚସା ହେଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସୁନୀତା ତାଙ୍କ ଝିଅ ସହିତ ସ୍କୁଲ ଯାଇଥିବା ସମୟରେ ନନ୍ଦନ ଶନିବାର ଦିନ ଅଣ୍ଡା ଦୋକାନ ସମ୍ଭାଳି ଥିଲେ। ସେହି ସମୟରେ ତାଙ୍କ ପୁଅ ଘରେ ଶୋଇଥିଲା। ତେବେ ସକାଳ ପ୍ରାୟ ୯:୪୦ ମିନିଟ ସମୟରେ ସୁନୀତାଙ୍କୁ ତାଙ୍କ ଶାଶୁଙ୍କର ଏକ କଲ ଆସିଥିଲା । ତେବେ ପୋଲିସ ତାଙ୍କ ଘରକୁ ଆସିଥିବା ସେ ଜାଣିବାକୁ ପାଇଥିଲେ । ଏହା ଶୁଣି ସୁନୀତା ଶୀଘ୍ର ତାଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ପୁଅର ଗଳା କଟା ଯାଇଛି। ପାଖରେ ରକ୍ତ ଜୁଡୁବୁଡୁ ଏକ ଛୁରୀ ମଧ୍ୟ ପଡ଼ିଥିଲା। ସୁନୀତା ଏହା ଦେଖି କାନ୍ଦିବାକୁ ଲାଗିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ନନ୍ଦନ ନିକଟସ୍ଥ ଥାନାରେ ଆତ୍ମସମର୍ପଣ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି ।

 

Get real time updates directly on you device, subscribe now.