fbpx

୧୦ ଲକ୍ଷ ବେକାରିଙ୍କୁ ମିଳିବ ଚାକିରି: ଦେଶର ୪୫ଟି ସ୍ଥାନରେ ବଣ୍ଟନ ହେବ ନିଯୁକ୍ତି ପତ୍ର, କେଉଁ ରାଜ୍ୟରୁ କିଏ ଦାୟିତ୍ୱ ପାଇଲେ

ନୂଆଦିଲ୍ଲୀ: ଆସନ୍ତା ୨୦୨୩ ସୁଦ୍ଧା କେନ୍ଦ୍ର ସରକାର ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏଥିପାଇଁ ସରକାରଙ୍କ ତରଫରୁ ୩୮ଟି ମନ୍ତ୍ରଣାଳୟ ଓ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରତ୍ୟେକ ମନ୍ତ୍ରଣାଳୟ ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୨ ତାରିଖରେ କେନ୍ଦ୍ର ସରକାର ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରିବେ ।

ଏହି ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନଲାଇନରେ ସମ୍ବୋଧିତ କରିବେ । ପ୍ରତ୍ୟେକ ସେଣ୍ଟରରେ ଜଣେ ଜଣେ ମନ୍ତ୍ରୀ ଉପସ୍ଥିତ ରହିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ପିଏମ୍ ମୋଦୀଙ୍କ ସହିତ ସାମିଲ ହେବେ । ଏହି ମେଗା ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇସାରିଥିବା ବେଳେ ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ । ଗତ ଅକ୍ଟୋବର ମାସରେ ହୋଇଥିବା ନିଯୁକ୍ତି ମେଳାରେ ୭୫ ହଜାର ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଥିଲା ।

ପଶ୍ଚିମବଙ୍ଗର କୋଲକାତାରେ ନିଶିଥ ପ୍ରମାଣିକ, ସିଲିଗୁଡ଼ିରେ ଶାନ୍ତନୁ ଠାକୁର, ଉତ୍ତରାଖଣ୍ଡର ଡେରାଡୁନରେ ଜେନେରାଲ ଭି.କେ ସିଂହ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ କୌଶଳ କିଶୋର, ପ୍ରୟାଗରାଜରେ ମହେନ୍ଦ୍ର ନାଥ ପାଣ୍ଡେ, ଗ୍ରେଟର ନୋଏଡ଼ାରେ ବି.ଏଲ ବର୍ମା, ତ୍ରିପୁରାର ଅଗରତାଲାରେ ପ୍ରତିମା ଭୌମିକ, ତେଲେଙ୍ଗାନାର ହାଇଦ୍ରାବାଦରେ ରାଓ ଇନ୍ଦ୍ରଜିତ ସିଂହ ନିଯୁକ୍ତି ପତ୍ର ବାଣ୍ଟିବେ ।

ତାମିଲନାଡ଼ୁର ଚେନ୍ନାଇରେ ନିର୍ମଳା ସୀତାରମଣ ଓ ଶିବଗଙ୍ଗାଇରେ ଏସ. ଜୟଶଙ୍କର, ସିକିମର ଗାଙ୍ଗଟକରେ ଅଶ୍ୱିନୀ ଚୌବେ, ରାଜସ୍ଥାନର ଜୟପୁରରେ ଅଶ୍ୱିନୀ ବୈଷ୍ଣବ, ଯୋଧପୁରରେ ଅର୍ଜୁନ ମେଘବାଲ, ପଞ୍ଜାବର ଜଳନ୍ଧରରେ ସୋମ ପ୍ରକାଶ, ଓଡ଼ିଶାର ଭୁବନେଶ୍ୱରରେ ବିଶେଶ୍ୱର ଟୁଡୁ, ନାଗାଲାଣ୍ଡର ଦୀମାପୁରରେ ରାମେଶ୍ୱର ତେଲି, ମିଜୋରାମର ଆଇଜଲରେ ସୁଭାଷ ସରକାର, ମେଘାଳୟର ଶିଲଂରେ ଜନ ବାର୍ଲା, ମଣିପୁରର ଇମ୍ଫାଲରେ ରାଜକୁମାର ରଞ୍ଜନ ସିଂହ ନିଯୁକ୍ତି ପତ୍ର ବାଣ୍ଟିବେ ।

ମହାରାଷ୍ଟ୍ରର ନାଗପୁରରେ ନୀତିଶ ଗଡ଼କରୀ, ପୁଣେରେ ରାମଦାସ ଅଠାବଲେ, ମଧ୍ୟପ୍ରଦେଶର ଭୋପାଳରେ ଫଗାନ ସିଂହ କୁଲସ୍ତେ, ଇନ୍ଦୋରରେ ନରେନ୍ଦ୍ର ସିଂହ, ଗ୍ୱାଲିୟରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଲଦ୍ଦାଖରେ ଅଜୟ କୁମାର, କେରଳର ତ୍ରିଭେନ୍ଦ୍ରମରେ ବି. ମୁରଲୀଧରନ, କର୍ଣ୍ଣାଟକର ବେଙ୍ଗାଲୁରୁରେ ରାଜୀବ ଚନ୍ଦ୍ରଶେଖର, ଝାଡ଼ଖଣ୍ଡର ରାଞ୍ଚିରେ ଅର୍ଜୁନ ମୁଣ୍ଡା, ହଜାରିବାଗରେ ଅନାପୂର୍ଣ୍ଣା ଦେବୀ, ଜମ୍ମୁ କଶ୍ମୀରର ପଲୌରା କ୍ୟାମ୍ପ ଜମ୍ମୁରେ କୃଷ୍ଣପାଲ ଗୁର୍ଜର, ଶ୍ରୀନଗରରେ ଭାଗବତ କରାଡ଼, ଉଦ୍ଧମପୁରରେ ପଙ୍କଜ ଚୌଧୁରୀ ନିଯୁକ୍ତି ପତ୍ର ବାଣ୍ଟିବେ ।

ହରିୟାଣାର ଗୁରୁଗ୍ରାମରେ ଅନୁରାଗ ଠାକୁର, ସୋନିପତରେ ଆରକେ ସିଂହ, ପଞ୍ଚକୁଲାରେ ଅନୁପ୍ରିୟା ପଟେଲ, ଗୋଆର ପାଣାଜୀରେ ଶ୍ରୀପାଦ ୟଶୋନାଇକ, ଛତିଶଗଡ଼ର ରାୟପୁରରେ ରେଣୁକା ସିଂହ ସରୁତା, ଦିଲ୍ଲୀର ବିଏସଏଫ କ୍ୟାମ୍ପ ଅଫିସ ଛାବଲାରେ ଜିତେନ୍ଦ୍ର ସିଂହ, ଝରୋଡ଼ା କଲାରେ ଏସପି ସିଂହ ବଘେଲ, ଚଣ୍ଡିଗଡ଼ରେ ହରଦୀପ ସିଂହ ପୁରୀ, ବିହାରର ପାଟନାରେ ଗିରିରାଜ ସିଂହ, ଆଣ୍ଡାମାନ ନିକୋବରର ପୋର୍ଟ ବ୍ଲେୟରରେ ଅଜୟ ଭଟ୍ଟ, ଅସମର ଗୁୱାହାଟୀରେ ସର୍ବାନନ୍ଦ ସୋନେୱାଲ, ଅରୁଣାଚଳ ପ୍ରଦେଶର ଇଟାନଗରରେ କିରଣ ରିଜିଜୁ, ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଜି. କିଶନ ରେଡ୍ଡୀ ନିଯୁକ୍ତି ପତ୍ର ବାଣ୍ଟିବେ ।

Get real time updates directly on you device, subscribe now.