fbpx

FIFA World Cup 2022: ଶକ୍ତିଶାଳୀ ଆର୍ଜେଣ୍ଟିନାର ସ୍ୱପ୍ନ ଚୁରମାର୍ କଲା ଦୁର୍ବଳ ସାଉଦି ଆରବ, ଫେଲ୍ ମାରିଲା ମେସିଙ୍କ ଯାଦୁ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ ୨୦୨୨ରୁ ଏକ ବଡ଼ ଅପଡେଟ୍ ଆସିଛି । ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ-ସିର ଏକ ମ୍ୟାଚରେ ସାଉଦି ଆରବ ପ୍ରତିପକ୍ଷ ଆର୍ଜେଣ୍ଟିକାକୁ ପରାସ୍ତ କରିଛି । ଫୁଟବଲ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ବିପକ୍ଷରେ ସାଉଦି ଆରବ ବିଜୟ ହାସଲ କରିଛି । ଏହାପୂର୍ବରୁ ଦୁଇ ଟିମ୍ ପରସ୍ପର ସହ ୪ଟି ମ୍ୟାଚ ଖେଳିଥିବା ବେଳେ ଦୁଇଟିରେ ଆର୍ଜେଣ୍ଟିନା ବିଜୟ ଲାଭ କରିଥିବା ବେଳେ ଦୁଇଟି ଡ୍ର ରହିଥିଲା ।

ତେବେ ଆଜି ଆର୍ଜେଣ୍ଟିନା ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଷ୍ଟାର ଖେଳାଳି ଲିଓନେଲ ମେସି ମାତ୍ର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ଫଳରେ ଆର୍ଜେଣ୍ଟିନା ୨-୧ରେ ପରାଜୟବରଣ କରିଥିଲା । ସାଉଦି ଆରବ ପକ୍ଷରୁ ସାଲେହ ଅଲଶେୟରୀ ଓ ସଲେମ ଅଲ-ଦାବସାରୀ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ବର୍ତ୍ତମାନ ଫିଫା ରାଙ୍କିଂର ତୃତୀୟ ସ୍ଥାନରେ ଆର୍ଜେଣ୍ଟିନା ରହିଥିବା ବେଳେ ସାଉଦି ଆରବ ୫୧ତମ ସ୍ଥାନରେ ରହିଛି ।

ମ୍ୟାଚ ଆରମ୍ଭ ହେବାର ଦଶ ମିନିଟରେ ଆର୍ଜେଣ୍ଟିନା ଅଧିନାୟକ ପେନାଲ୍ଟି ଜରିଆରେ ପ୍ରଥମ ଗୋଲ ସ୍କୋର କରିଥିଲେ । ଏଥିସହିତ ଖେଳର ହାଫ୍ ଟାଇମରେ ଆର୍ଜେଣ୍ଟିନା କିଛି ଗୋଲ ଦେବାକୁ ପ୍ରୟାସ କରିଥିଲେ ହେଁ ସଫଳ ହୋଇନଥିଲା । ମ୍ୟାଚର ୪୮ତମ ମିନିଟରେ ସାଉଦି ଆରବ ନିଜର ଗୋଲ୍ ସ୍କୋଲ କରି ଖେଳକୁ ସମାନ ସ୍ତରକୁ ନେଇ ଆସିଥିଲା । ଏହାପରେ ସାଉଦି ଆରବ ୫୪ ମିନିଟରେ ପୁନର୍ବାର ଏକ ଗୋଲ ସ୍କୋର କରିଥିଲା । ୧-୨ରେ ପଛରେ ରହିବା ପରେ ଆର୍ଜେଣ୍ଟିନା ଟ୍ରାକକୁ ଫେରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲେ ହେଁ ସଫଳ ହୋଇନଥିଲା । କ୍ରମାଗତ ୩୭ଟି ମ୍ୟାଚରେ ବିଜୟୀ ରେକର୍ଡ ଇଟାଲି ନାମରେ ରହିଥିଲା । ଆର୍ଜେଣ୍ଟିନା ୩୬ଟିରେ ଜିତିଥିଲେ ହେଁ ରେକର୍ଡରୁ ବଞ୍ଚିତ ହୋଇଥିଲା ।

Get real time updates directly on you device, subscribe now.