fbpx

ଭାଗ୍ୟ ଖୋଲିଦେବ ବସ୍ତ୍ର ରଙ୍ଗ, କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବେ ଜାଣି ରଖନ୍ତୁ

ପ୍ରତିଦିନ ମଣିଷ ବିଭିନ୍ନ ରଙ୍ଗର ପୋଷାକ ପରିଧାନ କରିଥାଏ । ହେଲେ ଆପଣ ଜାଣନ୍ତି କି ଏହି କପଡା ରଙ୍ଗର ପ୍ରଭାବ ଜୀବନ ଉପରେ ପଡିଥାଏ । ରାଶି ଫଳରେ ଆପଣ ଦେଖୁଥିବେ କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ । ହେଲେ କେତେକ ଲୋକେ ଏହି ରଙ୍ଗ ବିଷୟରେ କିଛି ଜାଣି ନଥିବେ ଓ ନିଜ ମନ ମୁତାବକ ଭିନ୍ନ ରଙ୍ଗର କପଡା ପରିଧାନ କରିଥାନ୍ତି । ତେବେ ଜ୍ୟେତିଷ ଶାସ୍ତ୍ର ଅନୁସାରେ କେଉଁ ରଙ୍ଗ କେଉଁ ଦିନରେ ପରିଧାନ କଲେ ଆପଣଙ୍କୁ ଶୁଭ ଫଳ ମିଳିବ ତାହା ଜାଣି ରଖନ୍ତୁ ।

ରବିବାର
ରବିବାର ଦିନ ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିନ । ଏହି ଦିନ ଆପଣ ଗୋଲାପି, ହାଲକା ନାଲି, ହଳଦିଆ ବା ହାଲକା କମଳା ରଙ୍ଗର ପୋଷାକ ପରିଧାନ କରିପାରିବେ । ଯଦି ଆପଣ ଗାଢ କମାଳା ରଙ୍ଗର ସାର୍ଟ ପିନ୍ଧୁଛନ୍ତି ତେବେ ଆପଣଙ୍କର ଏହା କ୍ଷତି କରିପାରେ ।

ସୋମବାର
ଭଗବାନ ଶିବଙ୍କ ବାର ହେଉଛି ସୋମବାର । ଏହିଦିନ ଚନ୍ଦ୍ରମାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ଆପଣ ହାଲକା ନୀଳ ନଚେତ ଧଳାରଙ୍ଗର ସାର୍ଟ ପରିଧାନ କରିପାରିବେ ।

ମଙ୍ଗଳବାର
ହିନ୍ଦୁ ମାନଙ୍କ ନିୟମ ଅନୁସାରେ ମଙ୍ଗଳବାର ଦିନରେ ହନୁମାନଙ୍କ ପୂଜା ହୋଇଥାଏ । ତେବେ ମଙ୍ଗଳ ଗ୍ରହକୁ ସବୁଗ୍ରହ ମାନଙ୍କ ମଧ୍ୟରୁ ସେନାପତି କୁହାଯାଏ । ତେଣୁ ଏହି ଦିନରେ ନାଲି ଏବଂ ଗାଢ କମଳା ରଙ୍ଗ ପିନ୍ଧିବା ଆପଣଙ୍କ ପାଇଁ ଶୁଭ ।

ବୁଧବାର
ବୁଧ ଗ୍ରହ ଚାଳିବାକୁ ପାଠପଢିବା, ବୁଦ୍ଧି, ଓ ପରୀକ୍ଷାର କାରକ ବୋଲି କୁହାଯାଇଥାଏ । ଏହି ଦିନ ଆପଣ ସବୁଜ ରଙ୍ଗର ସାର୍ଟ ପିନ୍ଧିବା ଉଚିତ ।

ଗୁରୁବାର
ଏହିଦିନ ଗୁରୁ ବା ବୃହସ୍ପତିଙ୍କ ବାର ଅଟେ । କୁଣ୍ଡଳୀରେ ଯଦି ଗୁରୁ ଗ୍ରହ ମଜବୁତ ଅଛନ୍ତି ତେବେ ଅନ୍ୟ ଦୋଷର ଅଧିକ ପ୍ରଭାବ ରହି ନଥାଏ । ଗୁରୁଗ୍ରହକୁ ପ୍ରସନ୍ନ କରିବା ପାଇଁ ଆପଣ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ ।

ଶୁକ୍ରବାର
ଶୁକ୍ର ଆକର୍ଷଣ ଏବଂ ଶୁଖ ବିଳାସପୂର୍ଣ୍ଣର ପ୍ରତୀକ ଅଟନ୍ତି । ସେଥିପାଇଁ ଆପଣ କ୍ରିମ, ଧଳା ବା ଗୋଲାପି ରଙ୍ଗ ପିନ୍ଧିବା ଆବଶ୍ୟକ ।

ଶନିବାର
ଶନିବାର ଦିନ ଭଗବାନ ଶନିଙ୍କୁ ପୂଜା କରାଯାଇଥାଏ । ସେ ହେଉଛନ୍ତି ନ୍ୟାୟ ଦେବତା । ଶନି ଦେବଙ୍କ କୃପା ଯାହାକୁ ମିଳିଥାଏ ତା ଜୀବନରେ ଦୁଃଖ ଦୂର ହୋଇଯାଇଥାଏ । ତେବେ ଶନି ଦେବଙ୍କ କୃପା ପାଇବା ପାଇଁ ନୀଳ ନଚେତ କଳା ରଙ୍ଗ ପିନ୍ଧନ୍ତୁ । ଆପଣଙ୍କୁ ଏହା ଶୁଭ ଫଳ ପ୍ରଦାନ କରିବ

 

Get real time updates directly on you device, subscribe now.