fbpx

ବିବାହ ପୂର୍ବରୁ ୮ଟି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ: ନଚେତ୍ ସାରା ଜୀବନ କାନ୍ଦିବେ ଦମ୍ପତି

ଯଦି ଆପଣମାନେ ବିବାହ ପରେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥାନ୍ତି, ତେବେ ବିବାହ ପୂର୍ବରୁ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଏଥିରେ ଅବହେଳା କଲେ ଆପଣ ବିବାହ ପରେ କେବଳ ହସ୍ପିଟାଲ ବିଲ୍ ଭରଣା କରି ଜୀବନ ବିତାଇବେ । ଏହି ଟେଷ୍ଟ କରିବା ଦ୍ୱାରା ବିବାହ ପରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ନିସ୍ତାର ମିଳିବ । ଏଥିସହିତ ବଂଶାନୁକ୍ରମିକ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ।

୧- ବିବାହ ପୂର୍ବରୁ ଫର୍ଟିଲିଟି ଟେଷ୍ଟ କରିବା ଦ୍ୱାରା ଆପଣଙ୍କର ଭବିଷ୍ୟତର ସନ୍ତାନର ଜନ୍ମ ନେଇ ସମସ୍ୟା ରୁହେ ନାହିଁ । ଯଦି ସମସ୍ୟା ଥାଏ, ତେବେ ତା’ର ଚିକିତ୍ସା କରାଯାଇ ପାରିବ ।

୨- ଆଜିକାଲି ଡାଇବେଟିସ୍ ବା ହୃଦ ରୋଗ ଏକ ସାଧାରଣ କଥା । ତେଣୁ ଦମ୍ପତି ବିବାହ ପୂର୍ବରୁ ଫ୍ୟାମିଲି ମେଡିକାଲ ହିଷ୍ଟ୍ରି ଚେକ୍ କରିନେବା ଭଲ ।

୩- ବିବାହ ପୂର୍ବରୁ ଥାଲାସେମିଆ ଟେଷ୍ଟ କରିବା ଦ୍ୱାରା ଭବିଷ୍ୟତର ଶିଶୁର ଜନ୍ମ ଦୋଷ ଜଣାପଡ଼ିଥାଏ ।

୪- ବିବାହ ପୂର୍ବରୁ ଦମ୍ପତି ମାନସିକ ସ୍ୱାସ୍ଥ୍ୟର ପରୀକ୍ଷା କରିବା ଦରକାର । ଯଦି କୌଣସି ସମସ୍ୟା ରହିଥାଏ ତେବେ ତାହା ବୈବାହିକ ଜୀବନରେ ବାଧା ସୃଷ୍ଟି କରିଥାଏ ।

୫- ସୁରକ୍ଷିତ ଯୌନ ସମ୍ବନ୍ଧ ପାଇଁ ବିବାହ ପୂର୍ବରୁ ଏଚଆଇଭି ଓ ଏସଟିଡି ଟେଷ୍ଟ କରାଇବା ନିହାତି ଜରୁରୀ । ଯଦି ଆପଣ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସିରୋଲୋଜି ସ୍କ୍ରିନିଂ ନିଶ୍ଚିତ ଭାବେ କରି ନିଅନ୍ତୁ ।

୬- ଏଥିସହିତ ବ୍ଲଡ ଗ୍ରୁପ ଟେଷ୍ଟ, ଜେନୋଟାଇପ ଟେଷ୍ଟ, ପେଲଭିକ ଅଲଟ୍ରା ସାଉଣ୍ଡ ଟେଷ୍ଟ କରିନେବା ଦରକାର । ପେଲଭିକ ଟେଷ୍ଟ ଦ୍ୱାରା ଗର୍ଭାଶହ, ଗର୍ଭାଶୟ ଗ୍ରୀଭା, ଅଣ୍ଡାଶୟ ଓ ଫେଲୋପିଆନ ଟ୍ୟୁବର ସ୍ଥିତି ବିଷୟରେ ଜଣାପଡ଼ିଥାଏ ।

Get real time updates directly on you device, subscribe now.