fbpx

ପ୍ରତୀକ୍ଷା ଚଳଚିତ୍ର ହେବ ହିନ୍ଦୀ ରିମେକ, ସୂଚନା ଦେଲେ ଅନୁପମ ଖେର

ଭୁବନେଶ୍ୱର:ଦମନ ଚଳଚିତ୍ର ସୁପର ହିଟ ହେବା ପରେ ଏହାର ହିନ୍ଦୀ ରିମେକ ଖୁବ ଶୀଘ୍ର ପରଦାକୁ ଆସୁଛି ବୋଲି ଆମେ ସବୁ ଶୁଣିବାକୁ ପାଇଥିଲୁ । ତେବେ ଦମନରେ ସୁପର ଷ୍ଟାର ବାବୁଶାନଙ୍କ ସହ କାର୍ଯ୍ୟ କରିଥିଲେ ଦୀପନୱିତ । ଯିଏ କି ଚଳଚିତ୍ର ମଧ୍ୟ ଖୁବ ଭଲ ଅଭିନୟ କରିଥିଲେ । ତାଙ୍କର ବ୍ୟାସେ ଶୁଣୁଛ ବୋଲି ଏକ ସର୍ଟ ମୁଭି ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଏବଂ ହୃଦୟସ୍ୱର୍ଶୀ ହୋଇ ପାରିଥିଲା । ଏବେ ଦୀପନୱିତ ଙ୍କ ଆଉ ଏକ ଚଳଚିତ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହାର ନାମ ହେଉଛି ପ୍ରତୀକ୍ଷା ।

ଏହା ରିଲିଜ ହେବା ପୂର୍ବରୁ ହିଁ ଏହା ବହୁ ଲୋକପ୍ରିୟତା ସାଉଁଯିବାରେ ଲାଗିଛି । କେବଳ ଏତିକି ନୁହେଁ ଏହା ହିନ୍ଦୀରେ ରିମେକ୍‌ ମଧ୍ୟ ହେବାକୁ ଯାଉଛି । ପିତା-ପୁତ୍ରଙ୍କ ସମ୍ପର୍କ ଉପରେ ପର୍ଯ୍ୟବେଶିତ ଏହି ସିନେମାର ହିନ୍ଦି ରିମେକ୍‌ର ପ୍ରଯୋଜନା କରିବେ ଅଭିନେତା ଅନୁପମ ଖେର। ଏହାଛଡ଼ା ସେ ଫିଲ୍ମରେ ପିତାଙ୍କ ଭୂମିକାରେ ମଧ୍ୟ ଅଭିନୟ କରିବେ। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଭିନେତା ଏନେଇ ଘୋଷଣା କରିଛନ୍ତି।ଏଥିପାଇଁ ସେ ପ୍ରତୀକ୍ଷାର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଟୋକନ୍‌ ଭାବେ କିଛି ଅଗ୍ରିମ ଟଙ୍କା ପ୍ରଦାନ କରିଛନ୍ତି। ତେବେ ଏହି ମୂହୁର୍ତ୍ତ ସେମାନଙ୍କ ସହ ଓଡ଼ିଶାବାସୀଙ୍କ ପାଇଁ ବହୁତ ବଡ଼ ବୋଲି ଅନୁପମ କହିଛନ୍ତି।

ତେବେ ଏହି କାହାଣୀ ଏହା ମଧ୍ୟବିତ୍ତ ପରିବାରର ବାଳକ ସଞ୍ଜୟଙ୍କ କାହାଣୀ, ଯିଏ ପିତାଙ୍କ ଅବସର ଗ୍ରହଣ କରିବାର କିଛି ମାସ ପୂର୍ବରୁ ସରକାରୀ ଚାକିରି ଖୋଜୁଛନ୍ତି।ଏମିତିରେ ଦେଖିବାକୁ ଗଲେ ଫିଲ୍ମଟି ପିତା-ପୁତ୍ରଙ୍କ ଜଟିଳ ସମ୍ପର୍କ ବିଷୟରେ ବୋଲି କହିପାରିବେ। ଏହି ଫିଲ୍ମ ଗୋଆରେ ଚାଲିଥିବା ଚଳଚ୍ଚିତ୍ର ମହୋତ୍ସବରେ ଖୁବ  ପ୍ରଶଂସା ସାଉଁଟିଛି ।

Get real time updates directly on you device, subscribe now.