fbpx

FIFA World Cup: ଇତିହାସ ରଚିଲା ଜାପାନ, ୪ ଥରର ବିଶ୍ୱଚାମ୍ପିୟନ ଜର୍ମାନୀ ହାରିଲା

ନୂଆଦିଲ୍ଲୀ: କତାରରେ ଚାଲିଥିବା ଚଳିତ ଫିଫା ବିଶ୍ୱକପ ୨୦୨୨ରେ ରୋମାଞ୍ଚକର ପରିସ୍ଥିତି ଦେଖିବାକୁ ମିଳିଛି । ବଡ଼ ବଡ଼ ଟିମକୁ ଦୁର୍ବଳ ତଥା କ୍ଷୁଦ୍ର ଟିମମାନେ ପରାସ୍ତ କରି ନିଜର ଦମ୍ ଦେଖାଉଛନ୍ତି । ଗତ ୨୨ ତାରିଖରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇଥିଲା । ତେବେ ଆଜି ପୁଣି ବିଶ୍ୱକପରେ ଏକ ବଡ଼ଧରଣର ଓଲଟ ପାଲଟ ଦେଖିବାକୁ ମିଳିଛି ।

ସୂଚନା ମୁତବକ, ଆଜି ୪ ଥରର ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ମାତ୍ ଦେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାପାନ । ୧୯୩୪, ୧୯୩୮, ୧୯୮୨ ଓ ୨୦୦୬ରେ ଜର୍ମାନୀ ବିଶ୍ୱ ଚାମ୍ପିୟନ ହୋଇଥିଲା । ଆଜିର ମ୍ୟାଚର ପ୍ରଥମାର୍ଦ୍ଧରେ ଜର୍ମାନୀ ୧-୦ରେ ଆଗରେ ରହିଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ଜାପାନ ଦମଦାର ପ୍ରଦର୍ଶନ କରି କଡ଼ ଲେଉଟାଇ ଦେଇଥିଲା । ଏହି ମ୍ୟାଚରେ ଜାପାନ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରିଥିଲା ।

ବର୍ତ୍ତମାନ ଫିଫା ରାଙ୍କିଂରେ ଜର୍ମାନୀ ୧୧ ନମ୍ବରରେ ରହିଥିବା ବେଳେ ଜାପାନ ୨୪ ନମ୍ବରରେ ରହିଛି । ମ୍ୟାଚର ୩୩ତମ ମିନିଟରେ ଜର୍ମାନର ଇଲକେ ଗୁଣ୍ଡୋଗନ, ୭୫ତମ ମିନିଟରେ ଜାପାନର ରିତସୁ ଦୋନ ଓ ୮୩ତମ ମିନିଟରେ ଜାପାନର ତକୁମା ଓସନୋ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧାନରେ ଉଭୟ ଟିମ୍ ୨-୨ ଗୋଲ୍ ସ୍କୋର କରିଥିଲେ । ମାତ୍ର ତାହା ଅଫସାଇଡ୍ ହୋଇଯାଇଥିଲା । ତେବେ ଆଜିର ମ୍ୟାଚରେ ପ୍ରଥମ ଥର ପାଇଁ ଜର୍ମାନୀକୁ ହରାଇ ଜାପାନ ଇତିହାସ ରଚିଛି ।

Get real time updates directly on you device, subscribe now.