fbpx

ଜନ୍ମନେଲା ୬ ସେଣ୍ଟିମିଟର ଲାଞ୍ଜ ଥିବା ଏକ ବିରଳ କନ୍ୟା ସନ୍ତାନ: ଡାକ୍ତର ବି ହୋଇଗଲେ ତାଜୁବ୍

ନୂଆଦିଲ୍ଲୀ: ଅନେକ ସମୟରେ ସମାଜରେ କିଛି ଅଜବ ପ୍ରକାରର ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ବେଳେବେଳେ ଦୁଇଟି ଯମଜ ସନ୍ତାନଙ୍କ ମୁଣ୍ଡ ଲାଗି ରହିବା, ଚାରିଟି ଗୋଡ଼ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥିବାର ଉଦାହରଣ ରହିଛି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏହାକୁ ନେଇ ଡାକ୍ତରମାନଙ୍କ ନିଦ ଉଡ଼ି ଯାଇଛି ।

ସୂଚନା ମୁତାବକ, ଲାଞ୍ଜ ଥିବା ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ଉକ୍ତ ନବଜାତକର ଲାଞ୍ଜର ଲମ୍ବ ୫.୭ ସେଣ୍ଟିମିଟର ରହିଥିବା ବେଳେ ବ୍ୟ।।ସ ୩-୫ ମିଲିମିଟର ମଧ୍ୟରେ ରହିଛି । ଉକ୍ତ ଲାଞ୍ଜ ଉପରେ ସାମାନ୍ୟ କେଶ ରହିଥିବା ବେଳେ ତା’ର ଶେଷ ଅଂଶ ବଲ ପରି ଗୋଲାକାର ଥିଲା । ତେବେ ଲାଞ୍ଜ ଭିତରେ ହାଡ଼ ରହିଛି କି ନା ସେନେଇ ଡାକ୍ତରୀ ଟିମକୁ କୌଣସି ପ୍ରମାଣ ମିଳିପାରି ନାହିଁ ।

ମେକ୍ସିକୋରୁ ଏଭଳି ଏକ ଦୁର୍ଲ୍ଲଭ ଘଟଣା ସାମ୍ନାକୁ ଆସିଛି । ଶିଶୁଟି ପାଖାପାଖି ୬ ସେଣ୍ଟିମିଟର ଲାଞ୍ଜ ସହିତ ଜନ୍ମ ନେଇଥିଲା । ମେଡିକାଲ ସାଇନ୍ସରେ ଏଭଳି ମାମଲା ବହୁତ ଦେଖିବାକୁ ମିଳିଥାଏ ବୋଲି ଡାକ୍ତର ମତ ଦେଇଛନ୍ତି । ପୂର୍ବ ମେକ୍ସିକୋର ନ୍ୟୁଭୋ ଲିଅନ ରାଜ୍ୟ ସ୍ଥିତ ଏକ ଗ୍ରାମୀଣ ହସ୍ପିଟାଲରେ ଅପରେସନ ଜରିଆରେ ଶିଶୁଟି ଜନ୍ମ ନେଇଥିଲା ।

ଗର୍ଭଧାରଣ ସମୟରେ ଶିଶୁର ମାଆଠାରେ କୌଣସି ପ୍ରକାର ସମସ୍ୟା ଦେଖାଦେଇ ନଥିଲା । ରେଡିଏସନ, ସଂକ୍ରମଣ ଆଦିର କୌଣସି ପୂର୍ବ ଇତିହାସ ରହି ନଥିଲା । ମହିଳାଙ୍କର ପୂର୍ବରୁ ଏକ ପୁତ୍ର ସନ୍ତାନ ରହିଥିବା ବେଳେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଭାବେ ଜନ୍ମ ନେଇଥିଲା । ପରେ ଅପରେସନ ମାଧ୍ୟମରେ ଉକ୍ତ ଲାଞ୍ଜକୁ ଶିଶୁର ଶରୀରରୁ ଅଲଗା କରାଯାଇଥିଲା । ଏହା ମଧ୍ୟରେ ଏକମାସ ସମୟ ଅତିକ୍ରାନ୍ତ ହୋଇସାରିଥିବା ବେଳେ ଶିଶୁଟି ଠାରେ କୌଣସି ସମସ୍ୟା ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.