fbpx

ବୈଜ୍ଞାନିକମାନଙ୍କ ଚେତାବନୀ; ବାରମ୍ବାର ହେଉଥିବା ଭୂକମ୍ପ ପାଇଁ କେବେ ବି ଫାଟିପାରେ ଋଷର ଏହି ଜ୍ୱାଳାମୁଖୀ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିଭିନ୍ନ ଦେଶରେ ଭୟଙ୍କର ଭୂମିକମ୍ପ ହେଉଥିବା ଜଣାପଡିଛି । ଫଳରେ ଅନେକ ଘରଦ୍ୱାର ଭୁସୁଡି ପଡିବା ସହ ଶତାଧିକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଏଥିସହିତ ଏହି ଭୂକମ୍ପ କାରଣରୁ ପ୍ରାକୃତିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ଯାହାକୁ ନେଇ ବୈଜ୍ଞାନୀକମାନେ ବାରମ୍ବାର ଚେତାବନୀ ଦେଇଛନ୍ତି । ଏଥିସହିତ ସେମାନେ ଏହା ମଧ୍ୟ କହିଛନ୍ତି ଏହି ଭୂକମ୍ପ କାରଣରୁ ଆଗ୍ନେୟଗିରି ମଧ୍ୟ ଫାଟିବାର ସମ୍ଭାବନା ରହିଛି ।

                                                                                 

ତେବେ ୠଷର ସୁଦୂର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା କାମଚାଟ୍କା ଉପଦ୍ୱୀପରେ ଏକ ବଡ଼ ଆଗ୍ନେୟଗିରି ସମେତ ୨୯ ଟି ଛୋଟ ଛୋଟ ସକ୍ରୀୟ ଆଗ୍ନେୟଗିରି ରହିଛି । ଯାହାକି ରିଙ୍ଗ ଅଫ୍ ଫାୟାର ନିକଟରେ ଅବସ୍ଥିତ । ତେବେ ଏହି ଆଗ୍ନେୟଗିରିର ନାମ ହେଉଛି ଶିଭେଲୁଚ୍ ଆଗ୍ନେୟଗିରି । ରିଙ୍ଗ ଅଫ୍ ଫାୟାର , ଚାଇନା ଏବଂ ହିମାଳୟ ବେଲ୍ଟରେ କ୍ରମାଗତ ଭାବରେ ଭୂକମ୍ପ ହେଉଥିବା ଜଣା ପଡିଛି । ଫଳରେ ସେଠାରେ ଥିବା ଆଗ୍ନେୟଗିରି କୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ସେମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହି ଆଗ୍ନେୟଗିରି ବିସ୍ଫୋରଣ ହୁଏ ତେବେ ଏହା ବାୟୁ ମଣ୍ଡଳପାଇଁ ଅନେକ କ୍ଷତି ଆଣିପାରେ । ଖାସ କରି ଏହା ଆକାଶ ଉପରେ ଅଧିକ ପ୍ରଭାବ ପାଇପାରେ ବୋଲି ସନ୍ଦେହ କରାଯାଉଛି ।

ତେବେ ଶିଭେଲୁଚ୍ ଆଗ୍ନେୟଗିରି ୧୦,୭୭୧ ଫୁଟ ଉଚ୍ଚରେ ଅବସ୍ଥିତ । ଯାହାକି କାମଚାଟ୍କା ଉପଦ୍ୱୀପର ସବୁଠାରୁ ସକ୍ରିୟ ଆଗ୍ନେୟଗିରି । ତେବେ ବୈଜ୍ଞାନିକମାନଙ୍କ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଗତ ୧୦ ହଜାର ବର୍ଷ ମଧ୍ୟରେ, ଏହି ଆଗ୍ନେୟଗିରିରେ ୬୦ ଥର ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଲୋକଙ୍କର କିଛି କ୍ଷତି ହୋଇ ନଥିବା ବେଳଏ ପ୍ରାକୃତିକ ପରିବେଶ ବହୁତ ପ୍ରଭାବିତ ହୋଇଛି । ତେବେ ବର୍ତ୍ତମାନ ବାରମ୍ବାର ହେଉଥିବା ଭୂମିକମ୍ଫ କରାଣ ଏହା ପୁଣି ଥରେ ବିସ୍ଫୋତଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

                                                                             

ସୋମବାର ଠାରୁ ଏହି ଆଗ୍ନେୟଗିରିର ଲାଭା ସକ୍ରିୟ ରହିଛି । ଫଳରେ ସେଠାରେ ଛୋଟ ଛୋଟ ବିସ୍ଫୋରକ ସହ ଧୁଆଁ ଏବଂ ସଲଫର ଗ୍ୟାସ ବାହାରୁଥିବା ଜଣାପଡିଛି । ଯେଉଁଥିପାଇଁ ସେଠାରେ ବର୍ତ୍ତମାନ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଯାଇଛି । ଅର୍ଥାତ୍ ଏହା କୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ନାସାର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ଆଗ୍ନେୟଗିରି ୨୦୦୭ ମସିହାରେ ବିସ୍ଫୋରଣ ହୋଇଥିଲା। ଏହାପରେ ୨୦୨୨ ମସିହାରେ ଏହା ପୁଣି ଥରେ ବିସ୍ଫୋରଣ ହେବାକୁ ଯାଉଛି । ତେବେ ଋଷିଆନ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନ ନିର୍ଦ୍ଦେଶକ ଆଲେକ୍ସୀ ଓଜେରୋଭ କହିଛନ୍ତି ଯେ ବର୍ତ୍ତମାନ ଏହି ଆଗ୍ନେୟଗିରିର ଲାଭା ଅତ୍ୟଧିକ ଗରମ ଅଛି ଅର୍ଥାତ ଏହାର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଯାହାକି ଉପରୁ ତଳକୁ ଖସୁଛି । ଫଳରେ ଆଗ୍ନେୟଗିରିରେ କମଳା ରଙ୍ଗର ପିରୋକ୍ଲାଷ୍ଟିକ୍ ବିସ୍ଫୋରଣ ଘଟୁଛି । ତେବେ କୌଣସି ବଡ଼ ଆଗ୍ନେୟଗିରି ଉଦ୍ଗୀରଣ ପୂର୍ବରୁ ଏହା ତାର ପରିସ୍ଥିତି ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.