fbpx
BJD SKY
BJD SKY

ସ୍ୱପ୍ନରେ ମାଙ୍କଡ଼କୁ ଦେଖିବା ଶୁଭ ନା ଅଶୁଭ? ଜାଣନ୍ତୁ ଲକ୍ଷଣ

BJD

ପ୍ରତ୍ୟେକ ମଣିଷ ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାଏ । କିଛି ସ୍ୱପ୍ନ ଭୟାବହ ହୋଇଥାଏ, ଯାହା ମଣିଷକୁ ଡରାଇ ଦେଇଥାଏ । ଅନ୍ୟପଟେ କିଛି ସ୍ୱପ୍ନ ବହୁତ ସୁନ୍ଦର ହୋଇଥାଏ, ଯାହା ଆମକୁ ଖୁସି କରାଇ ଦିଏ । ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସବୁ ପ୍ରକାର ସ୍ୱପ୍ନର ଅଲଗା ଅର୍ଥ ପ୍ରକାଶ କରିଥାଏ । ତେଣୁ ସ୍ୱପ୍ନ ଦେଖିବା ସମୟରେ ଆମେ ମାଙ୍କଡକୁ ମଧ୍ୟ ଦେଖୁଥାଉ । ହେଲେ ସେ କି କାର୍ଯ୍ୟ କରୁଛି ତାର ଅର୍ଥ ଅଲଗା ରହିଛି । ତେବେ ଜାଣନ୍ତୁ ମାଙ୍କଡ଼ ଆପଣଙ୍କ ସ୍ୱପ୍ନରେ କଣ କରୁଛି ଏବଂ ତାର ଅର୍ଥର ଲକ୍ଷଣ କଣ ।

ସ୍ୱପ୍ନରେ ହସୁଥିବା ମାଙ୍କଡ଼ଙ୍କୁ ଦେଖିବା ଶୁଭ କୁହାଯାଏ । ସ୍ୱପ୍ନରେ ଯଦି ହସୁଥିବା ମାଙ୍କଡ଼ ଦେଖନ୍ତି, ଏହା ସୁଚାଇଥାଏ ଯେ, ଆଗକୁ ଆପଣଙ୍କ ଭଲ ଦିନ ଆସୁଛି । ଏହି ସ୍ୱପ୍ନ ଦେଖିଲେ ସମାଜରେ ଆପଣଙ୍କ ଲୋକ ସମ୍ପର୍କ ଭଲ ରହିବା ସହ କାହସହ ହୋଇଥିବା ଝଗଡାର ସମାଧାନ ହୋଇଥାଏ ।

ଆର୍ଥିକ ସ୍ଥିତି ଖରାପ ଥିବାବେଳେ ଯଦି ସ୍ୱପ୍ନରେ ମାଙ୍କଡ଼ ଦଳ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଆଣିବାକୁ ଯାଉଛି । ଏହାକୁ ସ୍ୱପ୍ନ ଶାସ୍ତ୍ରରେ ଶୁଭ ସଂକେତ ଭାବେ ଧରାଯାଇଥାଏ । ଏହା ଧନ ଲାଭ ହେବାର ଇସାରା ଦେଇଥାଏ ।

ଯଦି ସ୍ୱପ୍ନରେ ମାଙ୍କଡ଼ କିଛି ଖାଉଥିବାର ଦେଖୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଆଗକୁ ଆସୁଥିବା ସମୟରେ ପରିବାର ଏବଂ ନିଜର ସମସ୍ୟା ଆସିବାକୁ ଯାଉଛି । ଏଭଳି ସ୍ୱପ୍ନ ଆପଣଙ୍କୁ ଅଶୁଭ ପରିଣାମ ଦେବାକୁ ଯାଉଛି ।

ସ୍ୱପ୍ନରେ ମାଙ୍କଡ଼ଟି ଯଦି ରାଗି ଯାଉଛି ତେବେ ଜାଣି ରଖନ୍ତୁ ଆପଣଙ୍କ ସହ କିଛି ଖରାପ ହେବାକୁ ଯାଉଛି । ଆଗକୁ ଏକ ବଡ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି ଆପଣ । ଏହି ସ୍ୱପ୍ନ ଝଗଡା ଏବଂ ମାନ ସମ୍ମାନ କମିବାର ଇସାରା ଦେଇଥାଏ ।

Get real time updates directly on you device, subscribe now.