fbpx
BSKY
BJD MC SKY
BJD YOUTH SKY

Personality Rights କ’ଣ: କେଉଁ ବ୍ୟକ୍ତିମାନେ ଓ କାହିଁକି ଏଥିରେ ପଞ୍ଜିକୃତ ହୋଇଥାନ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପର୍ସନାଲିଟି ରାଇଟ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କିଛି ଲୋକ ଏପରି ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ, ସ୍ୱର ପରି କିଛି ପ୍ରତିଭାକୁ ଖରାପ ଭାବେ ବ୍ୟବହାର କରି ଅର୍ଥ ଉପାର୍ଜନ କରିଥାନ୍ତି । ଏପରି ସ୍ଥିତିରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜ ନାମକୁ ପର୍ସନାଲିଟି ରାଇଟ୍ସ ଅଧୀନରେ ରେଜିଷ୍ଟର କରିଥାନ୍ତି । ବଲିଉଡ ମହାନାୟକ ବିଗ୍ ବି ଅମିତାଭ ବଚନଙ୍କ ନାମ, ଫଟୋ, ସ୍ୱରକୁ କେହି ତାଙ୍କର ପର୍ସନାଲିଟି ରାଇଟ୍ସ ଆଧାରରେ ବ୍ୟବହାର କରିପାରିବେ ନାହିଁ ବୋଲି ନିକଟରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି ।

ଆମେମାନେ ବିଭିନ୍ନ ପ୍ରକାରର ରାଇଟ୍ସ ବା ଅଧିକାର ବିଷୟରେ ଶୁଣିଥାଉ । ପର୍ସନାଲିଟି ରାଇଟ୍ସ ହେଉଛି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଅଧିକାର । ଜଣାଶୁଣା ବ୍ୟକ୍ତିଙ୍କର ନାମକୁ ନେଇ ଅନ୍ୟମାନେ ଫାଇଦା ଉଠାଇଥାନ୍ତି । ଏପରି ସ୍ଥିତିରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ପର୍ସନାଲିଟି ରାଇଟ୍ସ ଅଧିନରେ ନିଜ ନାମକୁ ରେଞ୍ଜିଷ୍ଟର କରିପାରିବେ । ଆଇନରେ ପର୍ସନାଲିଟି ରାଇଟ୍ସକୁ ନେଇ ଅଧିକ କିଛି ଉଲ୍ଲେଖ କରାଯାଇ ନାହିଁ । ଭାରତୀୟ ଆଇନ ଅନୁଯାୟୀ, ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରାଇଭେସି ଓ ପବ୍ଲିସିଟି ସମ୍ବନ୍ଧିତ ଅଧିକାର ସାମିଲ ରହିଛି ।

ଅର୍ଥାତ ଏହା ପର୍ସନାଲିଟି ରାଇଟ୍ସର ପାଖାପାଖି ଆଇନ ଅଟେ । ଏହାଛଡ଼ା ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟ୍ସ ଆଇନରେ ମଧ୍ୟ ସାମ୍ବିଧାନିକ ଭାବେ ପର୍ସନାଲିଟି ରାଇଟ୍ସକୁ ନେଇ ଅଧିକାର ରହିଛି । ଏହି ଆଧାରରେ କପିରାଟଇ ଆକ୍ଟର ବ୍ୟବସ୍ଥା ରହିଛି । ଅମିତାଭଙ୍କ ମାମଲାରେ କୋର୍ଟ ଅର୍ଥରିଟି ଓ ଟେଲିକମ ବିଭାଗ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଅମିତାଭଙ୍କ ଫଟୋ, ନାମ ଆଦି ବ୍ୟକ୍ତିଗତ ଜିନିଷ ଯାହା ସାର୍ବଜନିନ ଭାବେ ବ୍ୟବହାର ହେଉଥିବ, ତାହାକୁ ହଟାଇ ନେବାକୁ କୋର୍ଟ କହିଛନ୍ତି ।

Get real time updates directly on you device, subscribe now.