ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ୫୦ ବନ କର୍ମଚାରୀ

ବୌଦ୍ଧ: ରାଜ୍ୟ ତଥା ଦେଶରେ ନିଶାଦ୍ରବ୍ୟ କାରବାର ଅବ୍ୟହତ ରହିଛି । ଏହାସହ ଗଞ୍ଜେଇ କାରବାର ହେଉଥିବା ବେଳେ ପୁଲିସ ଏହାର ସନ୍ଧାନ ପାଇ ଚୋରା କାରବାର ଉପରେ ରୋକ ଲଗାଇଥାଏ । ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯାଇଥିବା ବେଳେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର ହୋଇଥିଲା । ହେଲେ ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷା କର୍ମୀ ଏବଂ ବନ କର୍ମଚାରୀ ।
ସୂଚନା ଅନୁଯାୟୀ, ବୌଦ୍ଧ ଲକଡପାଜୁ ଜଙ୍ଗଲରେ ଗଞ୍ଜେଇ ଗଛ ଲାଗିଥିଲା । ଏହାର ସନ୍ଧାନ ପାଇ ବନକର୍ମଚାରୀ ଓ ସୁରକ୍ଷା କର୍ମୀ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଯାଇଥିଲେ । କିନ୍ତୁ ଘଟଣାସ୍ଥଳରେ ୫୦ ବନ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସଫଳ ନ କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ବିସ୍ଫୋରଣର ଷଡଯନ୍ତ୍ର କରିଥିଲେ । ଯାହାଫଳରେ ସେଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣର ପ୍ରସ୍ତୁତି ହୋଇଥିଲା ।

ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏହି ୫୦ ବନକର୍ମଚାରୀ । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହିତ ତାର ଜବତ କରାଯାଇଛି । ଏହି ଦୁର୍ବୃତ୍ତ ବନବିଭାଗର ଗାଡିକୁ ଉଡାଇବା ପାଇଁ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ହେଲେ ତାହାକୁ ସୁରକ୍ଷା କର୍ମୀମାନେ ମାନଙ୍କ ଆଖି ସାମ୍ନାକୁ ଆସିଥିଲା ଏବଂ ତାକୁ କାଢି ବାହାରକୁ ଫୋପାଡି ଦେଇଛନ୍ତି ବନ କର୍ମଚାରୀ । ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୁଲିସ ନିଜର ତଦନ୍ତ ଜାରି ରଖିଛି ।