fbpx
BSKY
BJD MC SKY
BJD YOUTH SKY

ଫିଫା ୱାଲର୍ଡ କପ୍: ବେଲଜିୟମ ହାରିବା ପରେ ବ୍ରସେଲ୍ସରେ ଦଙ୍ଗା, ୧୨ଜଣ ଅଟକ

କାତାରରେ ୧୯ ନଭେମ୍ବରୁ ଫିଫା ୱାଲର୍ଡ କପ ଆରମ୍ଭ ହୋଇଛି । ଫଳରେ ଏହାକୁ ନେଇ ଖେଳ ପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି । ନିଜ ମନପସନ୍ଦର ଦଳକୁ ଜିତାଇବା ପାଇଁ ଏବଂ ସେମାନଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଦର୍ଶକମାନେ ଷ୍ଟାଡିୟମରେ ଭିଡ ଜମାଇଛନ୍ତି । କିନ୍ତୁ ଏହାରି ମଧ୍ୟରେ ଫିଫା ୱାର୍ଲ୍ଡ କପକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୋରୋକୋଠାରୁ ବେଲଜିୟମ ହାରିଯିବା ପରେ ବ୍ରସେଲ୍ସରେ ଦଙ୍ଗା ପରିସ୍ଥତି ସୃଷ୍ଟି ହୋଇଛି । ଦଙ୍ଗାରେ କିଛି ଯାନବାହାନ ଜଳାପୋଡା ହେବା ସହ ରାସ୍ତା ରୋକ ମଧ୍ୟ ହୋଇଛି । ତେବେ କିଛି ଫୁଟବଲ ପ୍ରେମୀ ମୋରୋକୀୟ ଜାତୀୟ ପତାକା ଘୋଡ଼ାଇ ହୋଇ ବ୍ରସେଲ୍‌ଜ୍‌ର କେତେକ ଅଞ୍ଚଳରେ ଦଙ୍ଗା ଓ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହାକୁ ରୋକିବା ପାଇଁ ପୁଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା। ଏଥିସହିତ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯିବା ସହ ୧୨ଜଣଙ୍କୁ ଅଟକ ରଖିଛି ପୋଲିସ ।

ତେବେ ଦଙ୍ଗକାରୀମାନେ ଦହନଶୀଳ ବିସ୍ଫୋରକ, ହାତରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ଲାଠି ବ୍ୟବହାର କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାଜପଥରେ ନିଆଁ ଜାଳିଥିଲେ। ଯାହାଫଳରେ ସେହି ନିଆଁରେ ଜଣେ ସାମ୍ବାଦିକଙ୍କ ମୁହଁ ପୋଡି ଯାଇଥିବା ସୂଚନା ମିଳିଛି । ଏହାପରେ ଏହି ଦଙ୍ଗାକୁ ରୋକିବା ପାଇଁ ପୁଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା ।

ସୂଚନା ଅନୁସାରେ, ରବିବାର ଦିନ ‘ଏଆଇ ଷ୍ଟାଡିୟମ୍‌’ରେ ‘ଦ୍ୱିତୀୟ ଗ୍ରୁପ୍‌ ଏଫ୍‌’ ମୁକାବିଲାରେ ମୋରୋକୋ ବିଶ୍ୱର ୨ ନମ୍ବର ଦଳ ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା। ଯାହାକୁ ବେଲଜିୟମର ଖେଳପ୍ରେମୀମାନେ ସହଜରେ ଗ୍ରହଣ କରି ପାରି ନଥିଲେ । ଫଳରେ ସେମାନେ ବ୍ରସେଲ୍ସରେ ଦଙ୍ଗା ଆରମ୍ଭ କରିଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ କିଛି ଜଣଙ୍କୁ ଗିରଫ କରିଥିବା ବେଳେ ୧୨ ଜଣଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.