fbpx

ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମର ରେଡ, ୩ଟି ସ୍ଥାନରେ ଚଢାଉ

ପଦ୍ମପୁର: ଦେଶରେ ତଥା ରାଜ୍ୟରେ ଦୁର୍ନୀତିର ଚେର ମାଡିଚାଲିଛି । ବ୍ୟବସାୟୀ ତଥା ଚାକିରୀଆଙ୍କ ପାଖରେ ଜବତ କରାଯାଉଛି ପୁଳାପୁଳା ଟଙ୍କା । ଏମିତି ଘଟଣା ଆଜି ରାଜ୍ୟରେ ଦେଖିବାକୁ ମିଳିଛି । ଗୋଟେ ନୁହେଁ କି ଦୁଇଟି ନୁହେଁ ଏକକାଳିନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି । ୩ଟି ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମ ରେଡ ପକାଇଛି ।

ସୂଚନା ମୁତାବକ ଆଜି ରାଜ୍ୟର ୩ଟି ସ୍ଥାନରେ ରେଡ ପକାଇଛି କେନ୍ଦ୍ରୀୟ ଟିମ । ଏମାନଙ୍କ ପାଖେ କଳା ଧନ ମହଜୁଦ ଥିବା ନେଇ କେନ୍ଦ୍ରୀୟ ଟିମକୁ ସୂଚନା ମିଳିଥିଲା । ୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ପ୍ରଥମ ସ୍ଥାନଟି ହେଉଛି, ହନୁମାନପଡାରେ ଥିବା ମହମ୍ମଦ ସାଜିଦଙ୍କ ଘର । ୨ୟ ସ୍ଥାନଟି ହେଉଛି, ସାହୁପଡାରେ ମାନଭଞ୍ଜନ ସାହୁଙ୍କ ଘର ।

ସେହିପରି ଶାସ୍ତ୍ରୀ ଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ରେଡ୍ ପଡିଛି । ସିଆରପିଏଫର ଉପସ୍ଥିତିରେ ରେଡ୍ କାର୍ଯ୍ୟ ଜାରି ରଖିଛି କେନ୍ଦ୍ରୀୟ ଟିମ୍ । ଘରେ ସୁନା ଟଙ୍କା ଓ ମୂଲ୍ୟବାନ ଜିନିଷକୁ ଯାଂଚ କରିବା ସହ ଅଫିସ କାଗଜପତ୍ରକୁ ମଧ୍ୟ ଯାଂଚ କରାଯାଉଛି । ଏହିପରି ଭାବେ କେନ୍ଦ୍ରୀୟ ଟିମର ତଦନ୍ତ ଜାରି ରହିବା ସହ ବ୍ୟବସାୟୀଙ୍କୁ ଅନେକ ପ୍ରଶ୍ନ ସହ ଜେରା କରାଯାଉଛି ।

Get real time updates directly on you device, subscribe now.