fbpx

ପଦ୍ମପୁର: ୭ଟି ଜାଗାରେ ଜିଏସଟି ଚଢାଉ, ସକାଳେ ଆଇଟି-ସନ୍ଧ୍ୟାରେ ଜିଏସଟି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚଢାଉ । ସକାଳ ସମୟରେ ଆଇଟି ଏବଂ ସନ୍ଧ୍ୟାରେ ଜିଏସଟି ଚଢାଉ ହୋଇଛି । ସମୁଦାୟ ୭ଟି ଜାଗାରେ ଚଢାଉ ହୋଇଥିବା ଜଣା ପଡ଼ିଛି । ବରଗଡ଼ରେ ୩ଟି, ପଦ୍ମପୁରରେ ୨ଟି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ଜଗଦମ୍ବା କ୍ଲଥ ଷ୍ଟୋର ସହ ମିନାକ୍ଷୀ ଜୁଏଲାରୀରେ ଚଢାଉ ହୋଇଛି । ତେବେ ଜଗଦମ୍ବା କ୍ଲଥ ଷ୍ଟୋରର ମାଲିକ ସୁନୀଲ ଅଗ୍ରୱାଲ ହୋଇଥିବା ବେଳେ ମୀନାକ୍ଷୀ ଜୁଏଲାରୀର ମାଲିକ ଓମ ପ୍ରକାଶ ଅଗ୍ରୱାଲ ବୋଲି ସୂଚନା ମିଳିଛି । ପାଇକମାଳର ୨ଟି ସ୍ଥାନରେ ମଧ୍ୟ ଜିଏସଟି ରେଡ ହୋଇଛି । ପାଇକମାଳର ନୃସିଂହନାଥ ପେଟ୍ରୋଲ ପମ୍ପ ସହ ନୃସିଂହନାଥ ମେଡିକାଲରେ ଚଢାଉ ହୋଇଛି । ପେଟ୍ରୋଲ ପମ୍ପ ଏବଂ ମେଡିକାଲ ଷ୍ଟୋରର ମାଲିକ ଗୋବର୍ଦ୍ଧନ ଅଗ୍ରୱାଲ ବୋଲି ଜଣା ପଡ଼ିଛି । ଗୋବର୍ଦ୍ଧନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଅଛନ୍ତି ।

Get real time updates directly on you device, subscribe now.