fbpx

ପେଟ କାଟୁଛି କହି ମେଡିକାଲରେ ପହଞ୍ଚିଲା ରୋଗୀ: ଅପରେସନରେ ବାହାରିଲା ୧.୨ କେଜିର ୧୮୭ଟି କଏନ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତିର ପେଟରୁ ବାହାରିଛି ୧୮୭ଟି କଏନ୍ । ସେହି ବ୍ୟକ୍ତି ଜଣକ ମେଡିକାଲରେ ପେଟ ଯନ୍ତ୍ରଣା ଓ ବାନ୍ତି ହେବାର ଅଭିଯୋଗ ନେଇ ପହଞ୍ଚିଥିଲେ । ଡାକ୍ତରମାନେ ସେମାନଙ୍କର ଅଲଗା ଅଲଗା ଟେଷ୍ଟ କରାଇଥିଲେ । ଏଣ୍ଡ୍ରୋସ୍କୋପିରୁ ଜଣାପଡିଲା କି, ବ୍ୟକ୍ତିଙ୍କ ପେଟରେ ବହୁତ ସାରା କଏନ୍ ରହିଛି । ଅପରେସନ୍ କରିବାକୁ ବ୍ୟକ୍ତିଙ୍କ ପେଟରୁ ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚ ଟଙ୍କାର ଅଲଗା ଅଲଗା କଏନ୍ ବାହାରିଥିଲା । ମୋଟ ୪୬୨ ଟଙ୍କାର ୧୮୭ଟି କଏନକୁ ବାହାର କରିଛନ୍ତି ଡାକ୍ତର । ଡାକ୍ତରଙ୍କ କହିବା ମୁତାବକ, ବ୍ୟକ୍ତି ଜଣକଙ୍କୁ ସିଜୋଫ୍ରୋନିଆ ନାମକ ରୋଗ ରହିଛି ।

ସୂଚନା ଅନୁସାରେ, ୫୮ ବର୍ଷୀୟ ବ୍ୟକ୍ତିଙ୍କ ନାଁମ ଦୟମପ୍ପା ହରିଜନ । ସେ ରାୟପୁର ଜିଲ୍ଲାର ଲିଙ୍ଗସୁଗୁରୁ ସହରରେ ରୁହନ୍ତି । ୨୬ ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଛି କହି ସେ ମେଡିକାଲ ଆସିଥିଲେ । ପୁଅ ରବି କୁମାର ତାଙ୍କୁ ଏଚଏସକେ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ସମସ୍ତ ଲକ୍ଷଣକୁ ଦେଖି ଏଣ୍ଡ୍ରୋସ୍କୋପି ଓ ଏକ୍ସ-ରେ କରାଇଥିଲେ । ସ୍କାନରୁ ଜଣାପଡ଼ିଲା କି, ବ୍ୟକ୍ତିଙ୍କ ପେଟରେ ୧.୨ କିଲୋଗ୍ରାମର କଏନ୍ ରହିଛି । ଏହା ପରେ ଅପରେସନ୍ କରିବାର ନିଷ୍ପତ୍ତି ନିଆଯାଇଥିଲା ।

ଡାକ୍ତରଙ୍କ କହିବା ମୁତାବକ, ସିଜୋଫ୍ରେନିଆ ରୋଗରେ ପୀଡିତ ଥିବାରୁ ଦୟମପ୍ପାଙ୍କୁ କଏନ୍ ଢୋକିଦେବାର ଅଭ୍ୟାସ ଥିଲା । ସେମାନେ କହିଛନ୍ତି ଯେ, ସିଜୋଫ୍ରେନିଆର ରୋଗୀମାନେ ଅସାମାନ୍ୟ ଭାବରେ ଭାବନ୍ତି, ଅନୁଭବ କରନ୍ତି ଓ ବ୍ୟବହାର କରନ୍ତି । ରୋଗୀ ଜଣକ ମୋଟ ୧୮୭ଟି କଏନ୍ ଗିଳିଥିଲେ । ସେଥିରେ ୫ ଟଙ୍କିଆ ୫୬ଟି କଏନ୍, ୨ ଟଙ୍କିଆ ୫୧ଟି କଏନ୍ ଓ ଟଙ୍କିକିଆ ୮୦ଟି କଏନ୍ ଥିଲା ।

Get real time updates directly on you device, subscribe now.