fbpx

ଖୁସି ଖବର: ମିଶନ ଶକ୍ତି ଋଣ ୫ ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଶନ ଶକ୍ତିରେ ଥିବା ମା’ମାନଙ୍କ ପାଇଁ ଆସିଛି ଖୁସିଖବର । ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବିନା ସୁଧରେ ଋଣ ପରିମାଣକୁ ବଢ଼ାଯାଇଛି । ମିଶନ ଶକ୍ତି ଋଣ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସୂଚନା ଦେଇଛନ୍ତି ।

ତେବେ ମିଶନ ଶକ୍ତି ହେଉଛି ଓଡ଼ିଶା ସରକାରଙ୍କଦ୍ୱାରା୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା । ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ “ଟିକି ମାଉସୀ” ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।

୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରେ, ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ ।

Get real time updates directly on you device, subscribe now.