ପ୍ରତିଦିନ ଆଳୁ ଖାଇ ମଧ୍ୟ ଆପଣ କମାଇପାରିବେ ଓଜନ! ବୈଜ୍ଞାନିକ କହିଲେ ଏହାକୁ ଖାଇବାର ସଠିକ୍ ଉପାୟ

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦିଅନ୍ତୁ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତିଦିନ ଆଳୁ ଖାଇ ମଧ୍ୟ ଆପଣ ନିଜର ଓଜନ କମାଇପାରିବେ । ବୈଜ୍ଞାନିକମାନେ ଏହାକୁ ନେଇ ଦାବି କରିଛନ୍ତି ଓ କହିଛନ୍ତି ଯେ ଆଳୁ ମଧ୍ୟ ଓଜନ କମାଇପାରେ ସାହାଯ୍ୟ କରିଥାଏ ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ବେଳେବେଳେ ଏପରି ଜିନିଷ ଖାଆନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଥାଏ । ଏହି କାରଣରୁ ସେମାନଙ୍କର ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ଆରମ୍ଭ କରିଥାଏ । ତେଣୁ ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଡାଏଟରେ ଏପରି ଖାଦ୍ୟ ସାମିଲ କରନ୍ତୁ, ଯେଉଁଥିରେ ପେଟ ପୂରିଥାଏ ଓ ସେଥିରୁ କମ୍ କ୍ୟାଲେରୀ ମିଳିଥାଏ । ଏଥିପାଇଁ ଆଳୁ ଏକ ଭଲ ଅପସନ୍ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଆଳୁରେ କାର୍ବସ୍ ଏବଂ ଷ୍ଟାର୍ଚର ପରିମାଣ ଅଧିକ, କିନ୍ତୁ ଏହାକୁ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଶୀଘ୍ର ପେଟ ପୂରିବା ଯୋଗୁଁ ଲୋକମାନେ ବାକି ତୁଳନାରେ ଏହାକୁ କମ୍ ଖାଦ୍ୟ ଖାଆନ୍ତି ଏବଂ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଅବଶ୍ୟ ଏହାକୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ ଜାଣିଥିବା ଉଚିତ୍ ।

ଆଳୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ :-
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଓଜନ ହ୍ରାସ କରିବା ପାଇଁ ଆଳୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ଲୁଇସିୟାନା ସ୍ଥିତ ପେନିଂଟନ୍ ବାୟୋମେଟିକାଲ୍ ରିସର୍ଚ୍ଚ ସେଣ୍ଟରର ଜଣେ ଡାଏଟିସିଆନ୍ ତଥା ଏହି ଅନୁସନ୍ଧାନର ସହ-ଲେଖକ ପ୍ରଫେସର କ୍ୟାଣ୍ଡିଡା ରେବେଲୋ କହିଛନ୍ତି ଯେ, ଓଜନ ହ୍ରାସ କରିବାକୁ ହେଲେ ତେଲ ଯୁକ୍ତ ବା ତେଲରେ ଭଜା ହୋଇଥିବା ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ତେଲ ଯୋଗୁଁ ଆଳୁର ପୋଷଣ କମିଯାଏ ଓ ଏହି କାରଣ ଯୋଗୁଁ ଓଜନ ବଢ଼ିଯାଇଥାଏ ।

ରିସର୍ଚ୍ଚରେ ସାମ୍ନାକୁ ଆସିଛି କି, ଓଜନ କମ୍ କରିବାକୁ ସିଜା ଆଳୁ ଖାଇବା ଲାଭଦାୟକ ହୋଇପାରେ । ପ୍ରଫେସର କ୍ୟାଣ୍ଡିଡା ରେବେଲୋ କହିଛନ୍ତି ଯେ, ସିଜା ଆଳୁ ଖାଇବା ଦ୍ୱାରା ଓଜନ କମ୍ କରିବାକୁ ଚାହୁଁଥିବା ଲୋକଙ୍କ ପେଟ ଅଧିକ ସମୟ ପଯ୍ୟନ୍ତ ପୂରି ରହିଥାଏ ଓ ସେମାନଙ୍କୁ ଭୋକ ଲାଗିନଥାଏ । ସେ କହିଛନ୍ତି ଯେ, ଓଜନ ହ୍ରାସ କରିବା ପାଇଁ କମ୍ କ୍ୟାଲୋରୀ ସହିତ ଭାରୀ ଖାଦ୍ୟ ଖାଇବା ଭଲ । ଏହା ସହଜରେ କ୍ୟାଲୋରୀ ହ୍ରାସ କରିପାରେ ।

ଆଳୁ ଖାଇବା କାରଣରୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ରହିଛି । କିନ୍ତୁ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ମଧୁମେହ ରୋଗୀମାନେ ମଧ୍ୟ ଆଳୁ ଖାଇ ଓଜନ ହ୍ରାସ କରିପାରିବେ । ଏଥିପାଇଁ ରିସର୍ଚ୍ଚ ସମୟରେ ଚୋପା ସହିତ ସିଜା ଆଳୁକୁ ୧୨ ରୁ ୨୪ ଘଣ୍ଟା ଫ୍ରିଜରେ ରଖାଯାଇଥିଲା ଏବଂ ପରେ ମଧୁମେହ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା । ଥଣ୍ଡା ହେତୁ ଆଳୁରେ ଫାଇବରର ପରିମାଣ ବଢ଼ିଥାଏ ଏବଂ ଏହି କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୁଏ ନାହିଁ । ଏହି ଉପାୟରେ ଆଳୁ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କର କ୍ଷତି ହେବ ନାହିଁ ।