fbpx

ମଧ୍ୟପ୍ରଦେଶରେ ଲାଗୁ ହେବ Uniform Civil Code: ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ଗତ କିଛିଦିନ ଧରି ଦେଶରେ ଚର୍ଚ୍ଚା ଜାରି ରହିଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ୟୁସିସିକୁ ଏକ ନୀତିଗତ ମାମଲା ଦର୍ଶାଇବା ସହ ସୁପ୍ରିମକୋର୍ଟ ଏହାର ଡ୍ରାଫ୍ଟ ପ୍ରସ୍ତୁତି ନେଇ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ଗତମାସରେ କେନ୍ଦ୍ର ସରକାର ଆଫିଡେଭିଡ୍ ଦାଖଲ କରିଥିଲେ ।

ତେବେ ୟୁସିସିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ଲାଗୁହେବ ୟୁସିସି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି । ଦେଶରେ ୟୁସିସି ଲାଗୁହେବା ଉଚିତ । ଅନେକ ସମୟରେ କିଛି ବ୍ୟକ୍ତି ଆଦିବାସୀଙ୍କ ଜମି ହଡ଼ପ କରି ନେଇଥାନ୍ତି । କିଛି ଖଳ ପ୍ରକୃତିର ଯୁବକ ଆଦିବାସୀ ଯୁବତୀଙ୍କୁ ବିବାହ କରି ତାଙ୍କର ଜମି ନିଜ ନାମରେ କରାଇ ନେଇଥାନ୍ତି । ଭାରତରେ ୟୁସିସି ଲାଗୁ କରିବାର ସମୟ ଆସି ଯାଇଛି । ପ୍ରତ୍ୟେକ ଗୋଟିଏ ପତ୍ନୀ ରଖିବାର ଅଧିକାର ୟୁସିସିରେ ରହିଛି ବୋଲି ଶିବରାଜ କହିଛନ୍ତି ।

ତେବେ ଏନେଇ ଶିବରାଜ ଖୁବଶୀଘ୍ର ଏକ କମିଟି ଗଠନ କରିବେ । ୟୁସିସି ଲାଗୁ କରିବା ପାଇଁ କମିଟି ଗଠନ କରିବା ପାଇଁ ଗତ ଅକ୍ଟୋବର ମାସରେ ଘୋଷଣା କରାଯାଇଥିଲା । ଏହାକୁ ଗୁଜରାଟ ରାଜନୀତି ସହ ଯୋଡ଼ା ଯାଉଥିବା ନେଇ ଚର୍ଚ୍ଚା ହୋଥିଲା । ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ପାଇଁ ଘୋଷଣା ହୋଇ ସାରିଛି । ସରକାର ଗଠନ ହେବା ପରେ ରାଜ୍ୟରେ ଏହାକୁ ଲାଗୁ କରାଯାଇଥିଲା । ଏହି ଆଇନ ମୁତାବକ, ଉଭୟ ପୁରୁଷ ଓ ମହିଳଙ୍କ ପାଇଁ ସମାନ ଅଧିକାର ରହିବ । ବିବାହ, ତଲାକ, ଆଡପ୍ସନ, ଉତ୍ତରାଧିକାର କ୍ଷେତ୍ରରେ ସମାନ ଆଇନ ରହିବ । ଦେଶରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଆଇନ ରହିବ । ପ୍ରତ୍ୟେକ ଧର୍ମର ଲୋକ ସମାନ ଆଇନ ସୁବିଧା ପାଇବେ ।

Get real time updates directly on you device, subscribe now.