ଦେଶରେ ଆରମ୍ଭ ହେଲା ଡିଜିଟାଲ୍ ଟଙ୍କା କାରବାର: ସମସ୍ତ ନାଗରୀକଙ୍କୁ ମିଳିବନି ଏହି ସୁବିଧା, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଦେଶରେ ଗତକାଲିି ଅର୍ଥାତ୍ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏହି ଡିଜିଟାଲ୍ କରେନ୍ସି କଣ ଅଟେ, ଏହା କିପରି ମିଳିବ ? ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ କି ଏହାକୁ ସମସ୍ତ ନାଗରିକ ବ୍ୟବହାର କରିପାରିବେ ନାହିଁ । କାରଣ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଲଟ୍ ପ୍ରୋଜେକ୍ଟ ରୂପରେ ଏହାର ଆରମ୍ଭ କରିଛି । ବର୍ତ୍ତମାନ ଏହି ସୁବିଧା କେବଳ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗଲୁରୁ ଏବଂ ଭୂବନେଶ୍ୱର ଚାରି ସହର ମିଳିବ ।

ଏହି ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ୟେସ୍ ବ୍ୟାଙ୍କ୍ ଏବଂ ଆଇଡିଏଫ୍‌ସି ବ୍ୟାଙ୍କ୍ ବର୍ତ୍ତମାନ ଭାରତରେ ଡିଜିଟାଲ ଟଙ୍କା ଜାରି କରିପାରିବେ । ଆଗାମୀ ସମୟରେ ଆହୁରି ଚାରୋଟି ବ୍ୟାଙ୍କ୍ ଏହି କ୍ଷମତା ପାଇବେ । ଡିଜିଟାଲ ଟଙ୍କାର ମ୍ୟାନେଜମେଣ୍ଟର ଦୃଢ଼ତାକୁ ପରିକ୍ଷନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପ୍ରଥମେ ଏହାକୁ ପାଇଲଟ ପ୍ରୋଜେକ୍ଟ ରୂପେ ଆରମ୍ଭ କରିଛି । ଏଥିରେ ଦେଖାଯାଇଥିବା ସମସ୍ତ ଭୁଲ୍‌କୁ ଆରବିଆଇ ନୋଟ୍ କରିବ, ଯେଉଁଥି ପାଇଁ ଆଗାମୀ ପାଇଲଟ୍ ପ୍ରୋଜେଲକ୍ଟରେ ଏହି ଭୁଲ୍ ନହେବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ଟଙ୍କାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି) କୁ ଦୁଇଟି ବ୍ୟାପକ ବର୍ଗରେ ବିଭକ୍ତ କରିଛି, ଯଥା – ଖୁଚୁରା ଏବଂ ହୋଲସେଲ। ସେହିପରି ହୋଲସେଲ ସେଗମେଣ୍ଟ ପାଇଁ ସିବିଡିସିର ପ୍ରଥମ ପାଇଲଟ୍ ୧ ଡିସେମ୍ବରରୁ ଆରଂଭ ହୋଇଥିଲା। ବର୍ତ୍ତମାନ ଖୁଚୁରା ବ୍ୟବହାରକାରୀ ଯଥା ସାଧାରଣ ଲୋକଙ୍କ ପାଇଁ ସିବିଡିସିର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେଲା।

ଖୁଚୁରା ସିବିଡିସିର ଗୁଡିକ ସମସ୍ତ ବେସରକାରୀ କ୍ଷେତ୍ର, ଅଣ-ଆର୍ଥିକ ଗ୍ରାହକ ଏବଂ ବ୍ୟବସାୟ ଦ୍ୱାରା ବ୍ୟବହାର ପାଇଁ ଉପଲବ୍ଧ ଥିବାବେଳେ ହୋଲସେଲ ସିବିଡିସିଗୁଡିକ ଆର୍ଥିକ ପ୍ରତିଷ୍ଠାନଗୁଡିକର ସୀମିତ ପ୍ରବେଶ ପାଇଁ ଡିଜାଇନ୍ କରାଯାଇଛି । ଅଧିକାଂଶ ଖୁଚୁରା କାରବାର ପାଇଁ ଖୁଚୁରା ସିବିଡିସିକୁ ନଗଦ ଇଲେକ୍ଟ୍ରୋନିକ୍ ସଂସ୍କରଣ ଭାବରେ ବିବେଚନା କରାଯିବ ।

କିପରି କାମ କରିବ ଡିଜିଟାଲ୍ ଟଙ୍କା ?
ଡିଜିଟାଲ୍ ଟଙ୍କା ଏକ ଡିଜିଟାଲ୍ ଟୋକନ୍ ହେବ ଯାହା ବର୍ତ୍ତମାନର ମୁଦ୍ରା ସହିତ ବଦଳାଯାଇପାରିବ ଏବଂ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା କାଗଜ ମୁଦ୍ରା ଏବଂ କଏନ ଭଳି ସମାନ ନାମରେ ପ୍ରଦାନ କରାଯିବ । ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ମୁଦ୍ରା ବଣ୍ଟନ କରାଯିବ ।

ସାଧାରଣ ବ୍ୟକ୍ତି ଏହି ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଏହାର କାରବାର କରିବାକୁ ସମର୍ଥ ହେବେ, ଯାହା ମୋବାଇଲ୍ ଫୋନ୍ କିମ୍ବା ଗ୍ୟାଜେଟରେ ଷ୍ଟୋର ହେବା ଆବଶ୍ୟକ। ଡିଜିଟାଲ୍ ମୁଦ୍ରା ସହିତ କାରବାର ଉଭୟ ପର୍ସନ୍ ଟୁ ପର୍ସନ୍ (ପି ଟୁ ପି) ଏବଂ ପର୍ସନ୍ ଟୁ ମର୍ଚାଣ୍ଟ (ପି ଟୁ ଏମ) ହୋଇପାରେ । ବ୍ୟବସାୟୀମାନଙ୍କୁ ବ୍ୟବସାୟ ପେମେଣ୍ଟ ସ୍ଥାନରେ କ୍ୱିୟୁ ଆର କୋଡ୍ ବ୍ୟବହାର କରାଯାଇପାରିବ, ଯେପରି ଆମେ ଡିଜିଟାଲ୍ ୱାଲେଟ୍ କାରବାର କରୁଛୁ।