fbpx
BJD SKY
BJD SKY

BJP ସାଙ୍ଗଠନିକ ନିଯୁକ୍ତି: ୯ ଜଣଙ୍କୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଓ ମୁଖପାତ୍ର ଦାୟିତ୍ୱ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟ ସମିତି ସଦସ୍ୟ, ବିଶେଷ ଆମନ୍ତ୍ରିତ ରାଷ୍ଟ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଓ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସାଙ୍ଗଠନିକ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ତେବେ ଏହି ନିଯୁକ୍ତି ତତ୍କାଳ ଭିତ୍ତିରେ ଲାଗୁ ହେବ ବୋଲି କୁହାଯାଇଛି ।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ସୁନୀଲ ଜାଖର ଓ ଉତ୍ତରପ୍ରଦେଶର ପୂର୍ବତନ ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବସିଂହଙ୍କୁ ଜାତୀୟ କାର୍ଯ୍ୟକାରିଣୀରେ ସ୍ଥାନ ମିଳିଛି । ସେହିପରି ଉତ୍ତରାଖଣ୍ଡର ମଦନ ମୋହନ କୌଶିକ, ଛତିଗଡ଼ର ବିଷ୍ଣୁଦେବ ସାୟ, ପଞ୍ଜାବର ଏସ. ରାଣା ଗୁରମିତ ସିଂହ ସୋଧି, ପଞ୍ଜାବର ମନୋରଞ୍ଜନ କାଲିଆ ଓ ପଞ୍ଜାବର ଅମନଜୋତ କୌର ରାମୁବାଲିଆଙ୍କୁ ବିଶେଷ ଆମନ୍ତ୍ରିତ ଭାବେ ଜାତୀୟ କାର୍ଯ୍ୟକାରିଣୀରେ ସ୍ଥାନ ଦିଆଯାଇଛି । କଂଗ୍ରେସର ପୂର୍ବତନ ମୁଖପାତ୍ର ଜୟବୀର ଶେରଗିଲଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି ।

ଡିସେମ୍ବର ମାସ ୧ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ୫ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ । ପୂର୍ବରୁ ଗତ ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମାପ୍ତ ହୋଇଥିଲା । ତେବେ ଆସନ୍ତା ୮ ତାରିଖରେ ଗୁଜରାଟ ଓ ହିମାଚଳ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଗୁଜରାଟରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟରେ ମୋଟ ୫୯.୨ ପ୍ରତିଶତ ମତଦାନ ହୋଇଛି ।

Get real time updates directly on you device, subscribe now.