fbpx

ଭାରତର ଏପରି ସ୍ଥାନ ଯେଉଁଠାରେ କେବଳ ଫରେନର୍ସଙ୍କୁ ମିଳିଥାଏ ଏଣ୍ଟ୍ରି: ଭାରତୀୟଙ୍କୁ ଯିବା ନିଷେଧ

ଆପଣ ଜାଣନ୍ତି କି ଭାରତରେ ମଧ୍ୟ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନଙ୍କୁ ପ୍ରବେଶ ମିଳି ନଥାଏ । ତେବେ ଏପରି କିଛି ସ୍ଥାନ ମାନଙ୍କରେ ଭାରତୀୟମାନଙ୍କୁ ଆସିବାକୁ ବାରଣ କରାଯାଇଛି । ଆପଣମାନେ ନିଶ୍ଚିତ ଭାବେ ଭାବୁଥିବେ ଯେ ଭାରତର ଥିବା ସ୍ଥାନକୁ ଭାରତୀୟଙ୍କ ପ୍ରବେଶ ପାଇଁ କାହିଁକି ନିଷେଧ ରହିଛି । କାହିଁକି ଭାରତୀୟମାନେ ସେହି ସ୍ଥାନକୁ ଯାଇ ପାରିବେ ନାହିଁ କିନ୍ତୁ ଫରେନର୍ସମାନେ ସେହି ସ୍ଥାନକୁ ଯାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ସ୍ଥାନଗୁଡିକ ବିଷୟରେ ।
ଉତ୍ତର ସେଣ୍ଟିନେଲ ଦ୍ୱୀପ:
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପର ଏକ ଦ୍ୱୀପ ହେଉଛି ଉତ୍ତର ସେଣ୍ଟିନେଲ ଦ୍ୱୀପ ଏଠାରେ କେବଳ ଆଦିବାସୀମାନେ ବାସ କରନ୍ତି । କୌଣସି ବାହାର ଲୋକ ଏଠାକୁ ଆସିବାକୁ ଅନୁମତି ନାହିଁ । ଏପରିକି ଏହି ଦ୍ୱୀପ ବାହ୍ୟ ଜଗତ ସହିତ ଜଡ଼ିତ ନୁହେଁ କିମ୍ବା ବହୁତ କମ ହିଁ ଜଡ଼ିତ ରହିଛି ।

ୟୁନୋ ଇନ୍ ହୋଟେଲ ବାଙ୍ଗାଲୋର:
ବର୍ତ୍ତମାନ ସମୟରେ ଏହି ହୋଟେଲ ବନ୍ଦ ହୋଇଯାଇଛି । କିନ୍ତୁ ଖୋଲା ଥିବା ସମୟରେ ଭାରତୀୟମାନଙ୍କୁ ଏଥିରେ ପ୍ରବେଶ କରିବାକୁ ଦିଆଯାଇନଥିଲା । ସେହି ସମୟର ଜାତିଗତ ସମସ୍ୟାକୁ ନେଇ ଏହାକୁ ୨୦୧୨ ମସିହାରେ ବନ୍ଦ କରାଯାଇଥିଲା ।

Get real time updates directly on you device, subscribe now.