ରାୟପୁର: ଛତିଶଗଡ଼ର ଶୀର୍ଷ ପଦବୀରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଖବର ଆସିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ସୌମ୍ୟା ଚୌରାସିୟାଙ୍କୁ ଇଡି ଗିରଫ କରିଛି। ପୁର୍ବରୁ ଆୟକର ବିଭାଗ ସୂଚନା ଦେଇଥିଲା କି ଗତବର୍ଷ ରାୟପୁରରେ ଚଢାଉ କରି ୧୦୦ କୋଟିରୁ ଅଧିକ ହାୱାଲା ଟଙ୍କା ଠାବ କରିଥିଲା । ୨୦୨୦ ଫେବୃଆରୀ ମାସରେ ମଧ୍ୟ ସୌମ୍ୟା ଚୌରାସିୟାଙ୍କ ଘରେ ଚଢାଉ କରାଯାଇଥିଲା ।
ସେ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏହି ଚଢଉକୁ ରାଜନୈତିକ ଉଦେଶ୍ୟରେ କରାଯାଉଥିବା କହିଥିଲେ । ବାଘେଲ ଏହା ମଧ୍ୟ ଦାବୀ କରିଥିଲେ ଯେ, ତାଙ୍କ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରାଯାଉଛି। ସୋମ୍ୟା ଜଣେ ଆଇଏଏସ୍ ଅଧିକାରୀ ନହୋଇ ମଧ୍ୟ ବଡ଼ ପଦବୀରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିକଟତର ହୋଇଥିବାରୁ ସେ ଏହି ପଦବୀରେ ରହିଛନ୍ତି । ଏହା ପୁର୍ବରୁ ସେ ଅନେକ ଜିଲ୍ଲାରେ ଏସ୍ଡିଏମ୍ ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହା ସହିତ ରାୟପୁର ନଗର ନିଗମ ଆୟୋଗ ମଧ୍ୟ ସେ ରହି ସାରିଛନ୍ତି ।