fbpx

କେହି ଖାଲି ପେଟରେ ଶୋଇବା ଭାରତର ସଂସ୍କୃତି ନୁହେଁ, ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେହି ଭୋକରେ ରହିବା ଭାରତୀୟ ସଂସ୍କୃତି ନୁହେଁ। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌(ଏନଏସଏଫଏସ) ଅଧିନରେ କିପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟସଶ୍ୟ ପହଞ୍ଚିବ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ବିଚାରପତୀ ଏମ. ଆୟାର ଶାହା ଏବଂ ହିମା କୋହଲୀଙ୍କ ଖଣ୍ଡପୀଟ କେନ୍ଦ୍ର ସରକାରଙ୍କୁ ଏହା ନିର୍ଦେଶ ଦେଇଛନ୍ତି କି, ଇଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଏବଂ ଅସଂଗଟିତ ଶ୍ରମିକଙ୍କ ସଦ୍ୟ ପ୍ରାପ୍ତ ତଥ୍ୟ ଜମା କରିବାକୁ ।

ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ, ଆମେ ଏହା କହୁନାହୁଁ କି କେନ୍ଦ୍ର ସରକାର କିଛି କରୁ ନାହାନ୍ତି । କେନ୍ଦ୍ର ସରକାର କରୋନା ସମୟରେ ଲୋକମାନଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚାଇଥିଲେ । ତେବେ ଆମକୁ ଏହା ଦେଖିବାକୁ ପଡ଼ିବ କି ଏହା ଜାରୀ ରହୁ । ଏହା ଆମର ସଂସ୍କୃତି ଅଟେ କି ଯେପରି କେହି ଖାଲି ପେଟରେ ନଶୁଏ।

କରୋନା ମହାମାରୀ ତଥା ପରବର୍ତ୍ତୀ ତାଲା ବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ବିଷୟରେ ଏକ ବେଞ୍ଚରେ ଶୁଣାଣି ହୋଇଥିଲା। ସାମାଜିକ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ୱାଜ, ହର୍ଷ ମାଣ୍ଡେର ଏବଂ ଜଗଦୀପ ଚୋକରଙ୍କ ପାଇଁ ହାଜର ହୋଇଥିବା ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ୨୦୧୧ ଜନଗଣନା ପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହା ସହିତ ଏନଏସଏଫଏସ ଆଭିମୁଖ୍ୟରେ ଆସୁଥିବା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ତେଣୁ ସେ କହିଛନ୍ତି ଯେ, ଯଦି ଏହି ଆଇନ କାର୍ଯ୍ୟକାରୀ ନହୁଏ ତେବେ ଅନେକ ଯୋଗ୍ୟ ତଥା ଅଭାବୀ ହିତାଧିକାରୀ ଏହାର ଲାଭରୁ ବଞ୍ଚିତ ହେବେ । ଭୂଷଣ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ବୋଲି ସରକାର ଦାବି କରୁଛନ୍ତି, କିନ୍ତୁ ବିଶ୍ୱର କ୍ଷୁଧା ସୂଚକାଙ୍କରେ ଭାରତ ହ୍ରାସ ପାଇଛି । ଅନ୍ୟପଟେ କେନ୍ଦ୍ର ପାଇଁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାତି କହିଛନ୍ତି ଯେ ଏନଏସଏଫଏସ ଅଧୀନରେ ୮୧.୩୫ କୋଟି ହିତାଧିକାରୀ ଅଛନ୍ତି।

Get real time updates directly on you device, subscribe now.