fbpx

ଲକ୍-ଡାଉନ୍ ଉଜାଡିଦେଲା ସଂସାର: ବାପଘରୁ ପତ୍ନୀ ନଆସିବାରୁ ପ୍ରେମିକାକୁ ବିବାହ କଲା ପତୀ

କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍-ଡାଉନ୍ ଯୋଗୁଁ ଉଜୁଡିଯାଇଛି ଜଣଙ୍କର ଘର-ସଂସାର । ଏଭଳି ଏକ ଘଟଣା ପାଟଣା ପାଲିଗଞ୍ଜର ଦୁଲହନ ବଜାର ଥାନା ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଖବର ମୁତାବକ, ଭରତପୁରା ବାସିନ୍ଦା ଧୀରଜ କୁମାରଙ୍କ ବିବାହ କିଛି ବର୍ଷ ପୂର୍ବରୁ ହୋଇସାରିଥିଲା । ଧୀରଜଙ୍କ ପତ୍ନୀ କିଛି କାମ ପାଇଁ ନିଜ ବାପଘରକୁ ଯାଇଥିବା ବେଳେ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପାଇଁ ଘୋଷଣା ହୋଇଥିଲା । ଏହି କାରଣରୁ ସେ ନିଜ ବାପଘରୁ ଆସିପାରି ନଥିଲେ ।

ସେପଟେ ଧୀରଜ ଯେତେ କହିଲେ ମଧ୍ୟ ତାଙ୍କ ପତ୍ନୀ ବାପଘରୁ ଆସିପାରୁନଥିଲେ । ଫଳରେ ଧୀରଜ ରଘୁନାଥପୁରରେ ଥିବା ନିଜ ପ୍ରେମିକା ସହ ଦ୍ୱିତୀୟ ବିବାହ ରଚିଥିଲେ । ଏସବୁ ଜାଣିବା ପରେ ପ୍ରଥମ ପତ୍ନୀ ଗୁଡିୟା ଦେବୀ ଧୀରଜଙ୍କ ଘରେ ପହଞ୍ଚି ପ୍ରବଳ ହଙ୍ଗାମା କରିବା ସହ ନିଜ ପତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

Get real time updates directly on you device, subscribe now.