fbpx

ଘରଭଡ଼ା ବଦଳରେ ଶାରୀରିକ ସମ୍ବନ୍ଧ ଚାହୁଁଛନ୍ତି ଘର ମାଲିକ

ପରି କିଛି ମାଲିକ ଅଛନ୍ତି ଯେଉଁମାନେ ଘରଭଡ଼ା ବଦଳରେ ଯୁବତୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରୁଛନ୍ତି । ଖାସ୍‌କରି ଦକ୍ଷିଣ-ପୂର୍ବ ଲଣ୍ଡନରେ ଏପରି ଘଟଣା ଅଧିକ ଦେଖିବାକୁ ମିଳୁଛି । ସେମାନେ ଯୁବତୀ ଓ କମ୍ ବୟସର ମହିଳାଙ୍କୁ ମାଗଣାରେ ଘର କିମ୍ବା ଫ୍ଲାଟରେ ରହିବାକୁ ଆମନ୍ତ୍ରଣ କରୁଛନ୍ତି ଏବଂ ଏହାପରେ ସେମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି । କେତେକ ମହିଳା ନୂଆ ସହରରେ ରହିବାକୁ ଜାଗା ନପାଇ ଘର ମାଲିକଙ୍କ ଏପରି ଜାଲରେ ଫସି ଯାଉଛନ୍ତି ଏବଂ ଏପରି କରିବାକୁ ବାଧ୍ୟ ମଧ୍ୟ ହେଉଛନ୍ତି । ଘରମାଲିକମାନେ ସବୁ ବିଷୟ ପଚରାପଚରି କରିବା ପରେ ସମ୍ପୃକ୍ତ ଯୁବତୀଜଣକ ଅସୁବିଧାରେ ଥିବା ଜାଣି ସେମାନଙ୍କୁ ଟାର୍ଗେଟ କରୁଛନ୍ତି ।

ଲଣ୍ଡନର ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହି ବିଷୟ ପ୍ରକାଶ କରାଯାଇଛି । ସେଥିରେ ଦର୍ଶାଯାଇଛି ଯେ, ଏପରି କାର୍ଯ୍ୟ ଦ୍ୱାରା ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି । ଘର ମାଲିକମାନେ ସିଧାସଳଖ ଭାବେ ‘ସେକ୍ସ ଫର ରେଣ୍ଟ’ର ବିଜ୍ଞାପନ ଦେଉ ନାହାନ୍ତି । କିନ୍ତୁ ପରେ ସ୍ଥିତି ଦେଖି ଶାରିରିକ ସମ୍ପର୍କ ରକ୍ଷା କରିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି । ଏପରିକି ଗଣମାଧ୍ୟମ ସହ ଆଲୋଚନା ସମୟରେ ଲଣ୍ଡନର କେତେକ ଘର ମାଲିକ ଏହି ବିଷୟକୁ ସ୍ୱୀକାର ମଧ୍ୟ କରିଛନ୍ତି । ଏପରି ସମ୍ପର୍କକୁ ସେମାନେ ‘ଫ୍ରେଣ୍ଡ୍ ୱିଥ୍ ବେନିଫିଟ୍‌’ ନାମ ମଧ୍ୟ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କେବଳ ଦକ୍ଷିଣ-ପୂର୍ବ ଲଣ୍ଡନରେ ନୁହେଁ, ଅନ୍ୟ କେତେକ ସହରରେ ମଧ୍ୟ ଅସୁବିଧାରେ ପଡ଼ିଥିବା ଯୁବତୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି । ପଶ୍ଚିମ ସଭ୍ୟତା ଅନ୍ୟମାନଙ୍କୁ ମହିଳାଙ୍କ ଅଧିକାର ଏବଂ ଶସକ୍ତିକରଣର ପାଠ ପଢ଼ାଉଥିବା ବେଳେ ନିଜେ ସେହିଠାରେ ଏପରି ଘଟଣା ଘଟୁଥିବା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.