fbpx

କାର୍ଯ୍ୟସ୍ଥଳିରେ ଗୁଟଖା, ପାନ, ତମାଖୁ ସମ୍ପୂର୍ଣ୍ଣ ନିଷେଧ

Advertisement

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । କରୋନା ନେଇ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ପାଇଁ କେତେକ ଗାଇଡ଼ଲାଇନ ଜାରି ହୋଇଛି । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ଗାଇଡ଼ଲାଇନରେ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହାସହ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଠିକାଦାର କରିବେ । ଗାଡ଼ିର ମୋଟ କ୍ଷମତାଠାରୁ ଅଧାରୁ କମ୍ ଅର୍ଥାତ ୩୦ରୁ ୪୦ ପ୍ରତିଶତ କ୍ଷମତା ପରିବହନ ପାଇଁ ଅନୁମତ ଦିଆଯାଇଛିି । ଅର୍ଥାତ ଗାଡ଼ିରେ ଯଦି ୧୦୦ ଲୋକଙ୍କ ଯାତ୍ରା ପାଇଁ ସୁବିଧା ଥିବ ତେବେ ବତ୍ତର୍ମାନ ସ୍ଥିତିରେ ସେଥିରେ କେବଳ ୩୦ରୁ ୪୦ ପ୍ରତିଶତ ଲୋକଙ୍କୁ ନିଆଯାଇପାରିବ । କାର୍ଯ୍ୟ ସ୍ଥଳରେ ବାଲଟି, ମଗ୍, ସାବୁନ ଓ ଟାୱେଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ୬୦ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଇବାକୁ ମନା କରାଯାଇଛି । ସେହିପରି ଅସୁସ୍ଥ ଥିବା ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟସ୍ଥଳିରେ ଗୁଟଖା, ପାନ, ତମାଖୁ ସେବନ ଓ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.