fbpx

ପୋଲିସକର୍ମୀ ଏହି ଡାଏଟରେ ତିଆରି କଲେ ୬ପ୍ୟାକ ବଡି, ୪ଘଣ୍ଟାର ୱାର୍କଆଉଟ ସହ ଶାକାହାରୀ ଭୋଜନ!

ରାଜସ୍ଥାନ: ଦେଶରେ ଏମିତି କିଛି ପୋଲିସ ଅଫିସର ଅଛନ୍ତି ଯିଏ ନିଜ ଫିଟନେସ ପାଇଁ ଯାହାକୁ ମଧ୍ୟ ଇମ୍ପ୍ରେସ କରିପାରିବେ । ଏହି ପୋଲିସ କର୍ମୀମାନେ ଲୋକମାନଙ୍କୁ ପାଇଁ ପ୍ରେରଣା ଦିଅନ୍ତି ଏବଂ ଫିଟ ରହିବା ପାଇଁ ପ୍ରେରିତ କରନ୍ତି । ରୋହିତ ଜାଙ୍ଗିଡ ନାମକ ଜଣେ ପୋଲିସ କର୍ମୀ ଏପରି ବଡି ବନାଇ ପ୍ରେରଣା ସୃଷ୍ଟି କରିଛନ୍ତି ।

ରୋହିତ ଜୟପୁରରେ ରୁହନ୍ତି ଏବଂ ରାଜସ୍ଥାନରେ ସେ କନେଷ୍ଟବଳ ଅଛନ୍ତି । ସେ ଆନ୍ତର୍ଜାତୀୟ ବୁଶୁ ପ୍ଲେୟର(ଚାଇନିଜ ମାର୍ଶଲ ଆର୍ଟ) ଖେଳାଳି ଅଟନ୍ତି । ଏଥିରେ ସେ ବହୁ ଆନ୍ତର୍ଜାତୀୟ ମେଡାଲ ମଧ୍ୟ ହାସଲ କରିଛନ୍ତି । ତେବେ ସେ ଏକ ଇଣ୍ଟରଭ୍ୟୁରେ କଥା ହେବା ବେଳେ, ନିଜର ଫିଟନେସ ଜର୍ନୀ, ଡାଏଟ ରୁଟିନ ଏବଂ ୱାର୍କଆଉଟ ପ୍ଲାନ ବିଷୟରେ କହିଥିଲେ । ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା, କିପରି ସେ ୬ପ୍ୟାକ ବନାଇଛନ୍ତି ।

ରୋହିତ ଛୋଟବେଳେ ବହୁତ ପତଳା ଥିଲେ ଏବଂ ସେ ୯ମ ଶ୍ରେଣୀରେ ପଢିଲା ବେଳେ ତାଙ୍କ ଓଜନ ମାତ୍ର ୩୫ କିଲୋ ଥିଲା । ଏଥିପାଇଁ ତାଙ୍କ ବିଦ୍ୟାଳୟର ସବୁ ଛୁଆ ତାଙ୍କ ଉପରେ ପରିହାସ କରି ଠେଲି ତଳେ ପକାଇ ଦେଉଥିଲେ । ହେଲେ କିଛିଦିନ ପରେ ସେ ତାଙ୍କ ସିନିୟର ମାନଙ୍କ ସହ ଭେଟିଲେ ଏବଂ ଗ୍ରାଉଣ୍ଡ ଯିବାକୁ ଚାହିଁଲେ । ସେଠାରେ ସିନିୟର ମାନେ ତାଙ୍କୁ ଏକ୍ସରସାଇଜ କରାଇଥିଲେ । ରୋହିତଙ୍କ ମନରେ ଡ଼ର ଥିଲା ଯେ, କାଳେ ବିଦ୍ୟାଳୟର ପିଲା ମୋତେ ମାରି ତଳେ ପକାଇଦେବେ ।

ସେ ଡିଫେନ୍ସ ଲାଇନକୁ ଯିବା ପାଇଁ ବୁଶୁ ଶିକ୍ଷିବାକୁ ଚାହିଁଲେ, ଏଥିରେ ସିନିୟର ମାନେ ତାଙ୍କ ଓଜନ ବଢାଇବା ପାଇଁ ହାଇଟ ବଢାଇବା ଉପରେ ଫୋକସ ଦେଇଥିଲେ । ଏହା ପୂର୍ବରେ ସେ ଯାହା ଖାଉଥିଲେ ତାଙ୍କ ଓଜନ ବଢୁନଥିଲା । ହେଲେ ସିନିୟରଙ୍କ କଥା ମାନି ସେ ଖାଦ୍ୟ ସହ ପ୍ରୋଟିନ , ମଲ୍ଟିଭିଟାମିନ ଭଳି ସପ୍ଲିମେଣ୍ଟ ଖାଇଲେ । ଏହାପରେ ତାଙ୍କ ଓଜନ ୪୫ କିଲୋ ହୋଇଥିଲା । ସେତେବେଳେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା । ଏହାପରେ ସେ ଭୋପାଳରେ ହେଉଥିବା ବେଷ୍ଟ ଜୋନ ବୁଶୁ କମ୍ପିଟିସନରେ ପାଇଁ ସିଲେକ୍ସନ ହୋଇଥିଲେ । ସେଥିରେ ସେ ବ୍ରୋଞ୍ଜ ମେଡାଲ ପାଇଥିଲେ । ଏହିପରି ନିଜ ଭାବେ ସେ ଏମିତି କେତେ ମେଡାଲ ହାସଲ କରିଛନ୍ତି ।

ରୋହିତ କହିଛନ୍ତି ଯେ, ମୋ ଓଜନ ସର୍ବଦା ୭୫-୭୮ କିଲୋ ଭିତରେ ରହିଥାଏ । କମ୍ପଟିସନ ଟାଇମରେ ସେ କାରବୋହାଇଡ୍ରେଟର ସେବନ ବନ୍ଦ କରିଦେଇଥିଲେ । ସେ ଜଣେ ଶାକାହାରୀ ହୋଇଥିବାରୁ ସବୁବେଳେ ପ୍ରୋଟିନ ପାଉଡର ଦିନକୁ ୩ଥର ୨-୨ଚାମଚ ସେବନ କରନ୍ତି । ଯାହାଦ୍ୱାରା ବଡି ହାଇଡ୍ରେଟ ହୋଇ ରହିଥାଏ ଏବଂ ବଡିରେ ପ୍ରୋଟିନର ଅଭାବ ପୂରଣ ହୋଇଥାଏ । ଏହାଛଡା ଘରେ ବନାଯାଉଥିବା ଖାଦ୍ୟ ଡାଏଟରେ ସାମିଲ କରିଥାନ୍ତି । ସେ ବର୍ତ୍ତମାନ ଦିନରେ ୨ଥର ୨-୨ଘଣ୍ଟା ୱାର୍କଆଉଟ କରନ୍ତି । ସକାଳୁ ନିଜର ଖେଳ ପାଇଁ ପ୍ରାକ୍ଟିସ କରନ୍ତି ଏବଂ ସଂଧ୍ୟାରେ ୨ଘଣ୍ଟା ୱେଟ ଟ୍ରେନିଂ କରନ୍ତି । ଯେହେତୁ ସେ ଜଣେ ବୁଶୁ ପ୍ଲେୟାର ସେଥିପାଇଁ ସେ ଅଧିକ ସମୟ ଜଙ୍ଗ ଏବଂ କାନ୍ଧର ଏକ୍ସରସାଇଜ କରନ୍ତି । କାରଣ ଏହା ଖେଳ ପାଇଁ ଉପଯୋଗୀ ହୋଇଥାଏ ।

Get real time updates directly on you device, subscribe now.