Video: ନା ହୀରା ନା ମୋତି, ୩୦ ହଜାର ଟଙ୍କାର ଗଧ ଗିଫ୍ଟ କରି ଜିତିଲେ ପତ୍ନୀଙ୍କ ହୃଦୟ

ନୂଆଦିଲ୍ଲୀ: ଆତଙ୍କବାଦ କିମ୍ବା ଅନ୍ୟାନ୍ୟ କାରଣରୁ ପାକିସ୍ତାନ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କିନ୍ତୁ ବର୍ତ୍ତମାନ ଏଭଳି କିଛି ଆଶ୍ଚର୍ଯ୍ୟ ଖବର ପାକିସ୍ତାନରୁ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନର ପ୍ରସିଦ୍ଧ ୟୁଟ୍ୟୁବର୍ ଆଜଲାନ୍ ଶାହା ତାଙ୍କ ବିବାହରେ ନିଜ ପତ୍ନୀଙ୍କୁୁ ଉପହାରରେ ଗଧର ଛୁଆ ଦେଇଥିଲେ । ଉପହାର ଦେଇଥିବା ଗଧ ମାଗଣା କିମ୍ବା ୫୦୦-୧୦୦୦ ଟଙ୍କା ମୂଲ୍ୟର ଗଧ ନୁହେଁ, ଏହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ବୋଲି ଜଣା ପଡ଼ିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବଜୋରରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ମଧ୍ୟ ଏହି ଭିଡିଓ ଉପରେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି।

ଆଜଲାନ୍ ଶାହା ୟୁଟ୍ୟୁବରେ ବହୁତ ପ୍ରସିଦ୍ଧ । ସେ ପଶୁପ୍ରେମୀ ଭାବରେ ମଧ୍ୟ ବେଶ ଜଣାଶୁଣା । ନିକଟରେ ସେ ୱାରଶା ଜାୱେଦଙ୍କୁ ବିବାହ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଏହି ଭିଡିଓରେ ଆଜଲାନ୍ ତାଙ୍କ ପତ୍ନୀ ୱାରଶାଙ୍କୁ ଏକ ଗଧ ଉପହାର ଦେଉଥିବାର ନଜର ଆସିଛି । ଆଜଲାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ୟୁଜର୍ସମାନେ ନିଜ ହସକୁ ରୋକି ପାରୁ ନାହାଁନ୍ତି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି । ୟୁଟ୍ୟୁବର ନିଜେ ପୋଷ୍ଟ କରିଛନ୍ତି ଯେ ଗଧକୁ ଗିପ୍ଟରେ କାହିଁକି ଦେଲେ? ପରେ ଆଜଲାନ୍ ନିଜେ ଏହାର ଉତ୍ତର ଦେଇଛନ୍ତି । ଆଜଲାନଙ୍କ ଏହି ପୋଷ୍ଟରେ ୟୁଜର୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ ବର୍ତ୍ତମାନ ନକଲି ଗଧମାନଙ୍କୁ ଉପହାର ଦେବା ଟେଣ୍ଡ୍ ରେ ପରିଣତ ହେବ । ତେବେ କଥାରେ ଅଛି, ପ୍ରତ୍ୟେକ ଗଧର ଦିନ ଆସିଥାଏ । ଏହା ବ୍ୟତୀତ ଅନେକ ୟୁଜର ସ୍ତ୍ରୀକୁ ଗଧ ଉପହାର ଦେବା କ୍ୟୁଟ୍ ବୋଲି କହିଛନ୍ତି । ଏଥି ସହିତ, ଜଣେ ଉପଭୋକ୍ତା କହିଛନ୍ତି ଯେ ଏହି ଦୁନିଆରେ କେଉଁଭଳି ଲୋକମାନେ ରହୁଛନ୍ତିି । ଭିଡିଓ ଆରମ୍ଭରେ, ଆଜଲାନ୍ କହିଛନ୍ତି ଯେ ଆରିଫ୍ ଉପହାର ଗିଫ୍ଟ ନେଇ ଆସ, ଏହା ପରେ ଜଣେ ବ୍ୟକ୍ତି ଗଧର ଛୁଆ ନେଇ ଆସୁଥିବା ଭିଡିଓରେ ଦେଖାଯାଇଛି । ଭିଡିଓରେ ଆଜଲାନ୍ ଗଧକୁ ଦୁନିଆର ସବୁଠାରୁ ପରିଶ୍ରମୀ ଏବଂ ସୁନ୍ଦର ପଶୁ ବୋଲି କହିଥିବା ଦେଖା ଯାଇଛି ।

ଆଜଲାନ୍ ଶାହା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପଶୁ ମାନଙ୍କୁ ବହୁତ ପସନ୍ଦ କରେ । ତେଣୁ ମୁଁ ଏହାକୁ ୱାରଶାଙ୍କୁ ଉପହାର ଦେଲି । ଆଜଲାନ୍ ଏବଂ ତାଙ୍କ ପତ୍ନୀ ୱାରଶା ଭିଡିଓରେ ବହୁତ ଖୁସି ଥିବା ଦେଖାଯାଇଛି । ଦୁହେଁ ଏକାଠି ନାଚିବା ଏବଂ ପରସ୍ପର ସହ କଥା ହେଉଥିବା ମଧ୍ୟ ଦେଖାଯାଇଛି ।