fbpx

୨୦୨୩ରେ ହେବ ନିର୍ବାଚନ! ଏବେଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି,ବହିଲାଣି ନିର୍ବାଚନୀ ହାୱା

ଭୁବନେଶ୍ୱର: ୨୦୨୪ ପୂର୍ବରୁ ହେବକି ନିର୍ବାଚନ? କଥା କଥାରେ ଆଗୁଆ ନିର୍ବାଚନ କଥା ପକାଇ ବର୍ତ୍ତମାନ ରାଜନୈତିକ ପରିବେଶକୁ ସରଗରମ କରିଛି । ପଦ୍ମପୁର ପ୍ରଚାରରେ ବିଜେପିର ୫କେନ୍ଦ୍ର ନେତା ହାଇଭୋଲ୍ଟେଜ ପ୍ରଚାର କରିଥିଲେ ମଧ୍ୟ ନବୀନଙ୍କ ଏକାକୀ ପ୍ରଚାର ଉପରେ ଏହାର ଫଳ ଶୂନ୍ୟ ହୋଇଛି । ଯାହା ପାଇଁ ଆଜି ବିଜେଡି ପୁଣି ଥରେ ପଦ୍ମପୁର ଆସନରେ ବିଜୟ ହୋଇ ପାରିଛି । ତେବେ ପଦ୍ମପୁର ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରୟା ରଖିଥିଲେ । ସେ କହିଛନ୍ତି ଯେ ଆମେ ଆମର ପରାଜୟ ସ୍ୱୀକାର କରିବା ସହିତ ଜନାଦେଶକୁ ମଧ୍ୟ ସ୍ୱୀକାର କରୁଛୁ । ଆମେ ଜିତିବୁ ବୋଲି ଯେଉଁ ଆଶା କରିଥିଲୁ ତାହା ବାସ୍ତବିକ ରୂପ ନେଲା ନାହିଁ । କିନ୍ତୁ ଆମେ ୭୮ହଜାର ଭୋଟ ପାଇଛୁ । ଆମେ ପ୍ରମୁଖ ବିରୋଧୀ ଦଳ ଅଟୁ ଆଉ ଆମେ ଲଢ଼ିଛୁ ମଧ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମକୁ ଯେଉଁ ଭୋଟ ମିଳିଛି ସେଥିରେ ମହିଳାଙ୍କ ଭୋଟ ମଧ୍ୟ ଅଛି।ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ଆଉ ସଶକ୍ତିକରଣ କଥା କହୁଛନ୍ତିି କିନ୍ତୁ ସେ ଭୁଲି ଯାଉଛନ୍ତି ରାଜ୍ୟରେ ଏବେ ନାରୀ ଉପରେ ଅତ୍ୟଚାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମହିଳାମାନଙ୍କୁ କିପରି ସଶକ୍ତ କରାଯାଇପାରିବ ତାହାକୁ ନେଇ ପ୍ରଧାନମନ୍ତ୍ରୀ ସର୍ବଦା ତାଙ୍କର ପ୍ରଚେଷ୍ଟା ଚଳାଇଛନ୍ତି କିନ୍ତୁ ରାଜ୍ୟ ସରକାର ସେଭଳି କିଛି କରୁ ନାହାନ୍ତି ।

ଏହା ସହିତ ନିର୍ବାଚନର ବିଗୁଲ ଚଳିତ ଥର ଆଗୁଆ ବାଜି ପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ମୁଖ୍ୟତଃ ଦେଖିବାକୁ ଗଲେ ଲୋକସଭା ନିର୍ବାଚନ ସମୟରେ ଓଡିଶାର ବିଧାନ ସଭା ନିର୍ବାଚନ ହୋଇଥାଏ । ତେବେ ଏହା ପଛରେ ମଧ୍ୟ ଶାସକ ଦଳର ଷ୍ଟାଟେଜି ରହିଛି । ଏହାର ଫାଇଦା ମଧ୍ୟ ଶାସକ ଦଳ ଉଠାଇ ଆସୁଛି । କାରଣ ସମାନ ସମୟରେ ନିର୍ବାଚନ ହେବା ଦ୍ୱାରା କେନ୍ଦ୍ର ମନ୍ତ୍ରୀ ମାନେ ଲୋକସଭା ନିର୍ବାଚନରେ ମସଗୁଲ ରହିବେ ଆଉ ରାଜ୍ୟ ଉପରେ ସେତେଟା ଜୋର ରହିବନି । ସେଥିପାଇଁ ଏକା ସମୟରେ ନିର୍ବାଚନ କରବାକୁ ସର୍ବଦା ଶାସକ ଦଳ (ବିଜେଡି) ପ୍ରସ୍ତୁତ ରହିଥାଏ । ତେବେ ଯଦି ଚଳିତ ଥର ନିର୍ବାଚନ ୨୦୨୪ରେ ନହୋଇ ୨୦୨୩ ଅନୁଷ୍ଠିତ ହୁଏ ତେବେ ଏହି ସମାନ ପଥରେ ଓଡିଶା ମଧ୍ୟ ଯାଇ ପାରେ । କାରଣ ଅଲଗା ରାଜ୍ୟ ଯଥା ହିମାଚଳ ପ୍ରଦେଶ, ଗୁଜରାଟ ଭଳି ଓଡିଶା ଅଲଗା ସମୟରେ ବିଧାନସଭା କରି ନଥାଏ । ମୁଖ୍ୟତଃ ସେ ଲୋକସଭା ନିର୍ବାଚନ ସହିତ ତାର ବିଧାନସଭା ନିର୍ବାଚନ କରିଥାଏ । ଆଉ ଯଦି ମୋଦୀ ସରକାର ୨୦୨୪ ପରିବର୍ତ୍ତେ ୨୦୨୩ରେ ନିର୍ବାଚନ କରନ୍ତି ତେବେ ଓଡିଶାରେ ମଧ୍ୟ ନିର୍ବାଚନ ଶୀଘ୍ର ହୋଇପାରେ ବୋଲି ଆଶା କରାଯାଉଛି ।

ତେବେ ବର୍ତ୍ତମାନ କେନ୍ଦ୍ରରେ ବିଜେପିର ସ୍ଥିତି ବହୁତ ମଜବୁତ ଥିବା ବେଳେ ପୁର୍ବ ନିର୍ବାଚନ ସମୟରେ ବିଜେପି ତାର ଯେଉଁ ଇସ୍ତହାର ପତ୍ର ଉପସ୍ଥାପନ କରିଥିଲା ତାହ ମଧ୍ୟ ପୂରଣ କରୁଛି । ୨୦୨୩ ସୁଦ୍ଧା ବିଜେପି ରାମମନ୍ଦିର ସମ୍ପୂର୍ଣ୍ଣ କରିବାକୁ କଥା ଦେଇଥିଲା । ତେବେ ଏହା ପୂରଣ ହେବାକୁ ଯାଉଛି । ଗୁଜରାଟ, ଦିଲ୍ଳୀ,ହିମାଚଳରେ ହାରିବା ସତ୍ତେ୍ୱ ବିଜେପିର ସ୍ଥିତି ବହୁତ ଭଲ ଅଛି । ତେବେ ଏଭଳି ପରିସ୍ଥିତି ରେ ମୋଦୀ ସରକାର ଚାହିଁଲେ ଆଗୁଆ ନିର୍ବଚାନ ପାଇଁ ଡାକରା ଦେଇ ପାରନ୍ତି ।

ଆଉ ଯଦି ଏଭଳି ହେଲା ତେବେ ଓଡିଶା ସରକାର ମଧ୍ୟ ଏହି ରଣନୀତି ଆପଣେଇ ପାରନ୍ତି । କାରଣ ଯେଉଁଭଳି ଭାବରେ କେନ୍ଦ୍ରରେ ବିଜେପିର ସ୍ଥିତି ମଜବୁତ ରହିଛି ରାଜ୍ୟରେ ବିଜେଡିର ସ୍ଥିତି ଖୁବ ଭଲ ରହିଛି । ତେଣୁ ଯଦି ନିର୍ବାଚନ ହୁଏ ଏହା ପାଇଁ ମଧ୍ୟ ରାଜ୍ୟ ବିଜେପି ପ୍ରସ୍ତୁତ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ସହିତ ମହାନଦୀ, ବୈତରଣୀ ପାଣି ବୋହିବ ବୋଲି କହିଛନ୍ତି । ଆମେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଆଉ ଆମେ ପୁଣି ଟକ୍କର ଦେବୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେବେ ସମୟ ପୂର୍ବରୁ ହୋଇଥିଲା ନିର୍ବାଚନ: ୨୦୦୫ ଯେତେବେଳେ ବିଜେଡି ଏବଂ ବିଜେପୀ ମେଣ୍ଟ ଥିଲା ସେତେବେଳେ ନିର୍ବାଚନ ସମୟ ପୂର୍ବରୁ ନିର୍ବାଚନ ହୋଇଥିଲା । ଯାହଫଳରେ ୨୦୦୪ ନିର୍ବାଚନ ହୋଇଥିଲା । ତେବେ ଠିକ ଏହି ଭଳି ଯଦି ମୋଦୀ ସରକାର୨୦୨୩ ରେ ନିର୍ବାଚନର ଡାକରା ଦିଅନ୍ତି ହୁଏତ ବିଜେଡି ମଧ୍ୟ ୨୦୨୩ ରେ ବିଧାନସଭା ନିର୍ବାଚନ କରେଇାବା ପାଇଁ ନିଷ୍ପତ୍ତି ନେଇ ପାରେ । ତେଣୁୂ ବିରୋଧୀ ମାନଙ୍କୁ ଏବେ ଠାରୁ ହିଁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ସହ ରଣନୀତି ପାଞ୍ଚିବା ଆରମ୍ଭ କରିଦେବା ଆବଶ୍ୟକ ।

Get real time updates directly on you device, subscribe now.