fbpx

ମାଣ୍ଡୋସ୍ ବାତ୍ୟାରେ ଭୟଙ୍କର କ୍ଷତି; ୪ ମୃତ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମାଣ୍ଡୋସ୍ ଭୟଙ୍କର କ୍ଷତି ଘଟାଇଛି । ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ରାତି ୨ ଟାରେ ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟ ମାଣ୍ଡୋସ୍ ର ପ୍ରଭାବ ଦେଖାଯାଇଥିଲା । ଏହି ବାତ୍ୟା ଯୋଗୁଁ ଏପର୍ଯ୍ୟନ୍ତ ତାମିଲନାଡୁରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଛି ।

ଚେନ୍ନାଇରେ ସାଇକ୍ଲୋନିକ୍ ବାତ୍ୟା ମାଣ୍ଡୋସ୍ ଯୋଗୁଁ ୧୧୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିଲା । କ୍ଷୟକ୍ଷତିର ଆକଳନ କରାଯାଉଛି । ସାମ୍ନାକୁ ଆସିଥିବା ସୂଚନା ଅନୁଯାୟୀ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହିତ ୯୮ ଗୋରୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି, ୧୫୧ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୨୦୦ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇ ରିଲିଫ କ୍ୟାମ୍ପକୁ ପଠାଯାଇଛି । ପ୍ରାୟ ୯୦୦୦ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ସେହିପରି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି । ବାତ୍ୟା ମାଣ୍ଡୋସ୍ କାରଣରୁ ଚେନ୍ନାଇ ଏବଂ କୁଡାଲୋର ସମେତ ଅନେକ ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ମଧ୍ୟମରୁ ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେୱିବି ଜଗନ୍ ମୋହନ ରେଡ୍ଡୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ସମୟରେ ସେ ଘୂର୍ଣ୍ଣିବଳୟ ପରିସ୍ଥିତିକୁ ଧ୍ୟାନରେ ରଖି ଏସପିଏସଆର ନେଲୋର, ତିରୁପତି, ଚିତ୍ତୋର ଏବଂ ଅନନାମୟା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.