fbpx

କେମିକାଲ ଡବା ହଲିବାରୁ ଭୟଙ୍କର ବିସ୍ଫୋରଣ; ଜଣେ ଗୁରୁତର ଏହାପରେ ଘଟିଲା…

ନୂଆଦିଲ୍ଲୀ: ତେଲେଙ୍ଗାନାର ନିଜାମାବାଦ ସ୍ଥିତ ବଡ ବଜାରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଥିବା ଜଣା ପଡିଛି । ତେବେ ଏହି ଘଟଣାକୁ ନେଇ ବନ ଟାଉନ ଥାନା S.H.O କହିଛନ୍ତି ଯେ, ବିସ୍ଫୋରଣ ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି ।ତେବେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ତେବେ ଏହି ଘଟଣାକୁ ନେଇ ଏସ ଏଚ ଓ ବିଜୟ ବାବୁ କହିଛନ୍ତି ଯେ, ଏହି ଭୟଙ୍କର ବିସ୍ଫୋରଣ ତେଲେଙ୍ଗାନାର ନିଜାମାବାଦରେ ବିଳମ୍ବିତ ରାତିରେ ହୋଇଥିଲା । ଫଳରେ ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ହୋଇଥିବା ତଦନ୍ତରୁ ଏହା ଜଣା ପଡିଛି ଯେ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଜଣକ କେମିକାଲରେ ପରିପୂର୍ଣ୍ଣ ଥିବା ଡବାକୁ ହଲାଇ ଦେଇଥିଲେ । ଫଳରେ ଏପରି ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତେବେ ବର୍ତ୍ତମାନ ସେ ହସ୍ପିଟାଲରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲୁଥିବା ଜଣାପଡିଛି ।

ତେବେ ଏହା ପୂର୍ବରୁ ତେଲେଙ୍ଗାନାର ନଳଗୋଣ୍ଡା ଜିଲ୍ଲାରେ ମଧ୍ୟ କେମିକାଲ ଫ୍ୟାଟ୍ରିକରେ ଏହିପରି ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ତେବେ ନିଆଁର ଭୟାବହ ଏତେ ଥିଲା ଯେ ଚାହୁଁ ଚାହୁଁ ଏହା ସଗଗ୍ର ଅଞ୍ଚଳରେ ବୟାପିଯାଇଥିଲା । ତେବେ ଏହି ଘଟଣାର ଖବର ପାଇ ତୁରନ୍ତ ଦମକଳ ବାହୀନି ଘଟଣାସ୍ଥଳରେ ପଞ୍ଚିଥିଲେ । ଏତିସହିତ ବହୁ ପରିଶ୍ରମପରେ ସେହି ନିଆଁକୁ ଆୟତ କରିଥିଲେ । ତେବେ ଏହି ବିସ୍ଫୋରଣରେ କାହାର ମୃତୁୟ ହୋଇ ନଥିବା ଜଣାପଡିଥିଲା ।

Get real time updates directly on you device, subscribe now.