fbpx

କାକଟସ୍ ଚାଷ କରି ମାଲାମାଲ ହେଉଛନ୍ତି କୃଷକ; ଜାଣନ୍ତୁ ସରକାରଙ୍କ ପ୍ଲାନ

ନୂଆଦିଲ୍ଲୀ: ଦେଶରେ କୃଷି ଅଭିବୃଦ୍ଧି ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର କାକଟସ୍ ଚାଷ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ନେଇଥିବା ପଦକ୍ଷେପରୁ କୃଷକମାନେ ମଧ୍ୟ ଲାଭ ପାଇଛନ୍ତି । ଚାଷୀଙ୍କ ସ୍ଥିତିକୁ କାକଟସ୍ ଚାଷ ସୁଦୃଢ କରିପାରିବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ଭାରତର ଭିନ୍ନ ଭିନ୍ନ ସ୍ଥାନରେ କାକଟସ୍ ଉତ୍ପାଦନ କରାଯାଉଛି । କେନ୍ଦ୍ର ସରକାରଙ୍କ ଅନୁସାରେ କାକଟସ୍ ଏକ ଜେରୋଫାଇଟିକ୍ ଉଦ୍ଭିଦ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ବଢିବାର ଗତି ଧିରେ ହୋଇଥିଲେ ମଧ୍ୟ ଏହା ଜାତୀୟ ସ୍ତରରେ ଧାର୍ଯ୍ୟ ହୋଇଥିବା ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାଯ୍ୟ କରିବ । ଏହି ଉଦ୍ଭିଦର ଉର୍ବରତା କ୍ଷମତା କମ ହେବା ସହିତ ଏହା ଜମିର ଉନ୍ନତିରେ ସାହାଯ୍ୟ କରିବ ।

କାକଟସ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଏହା ଦେଶରେ ବାୟୋ ତେଲର ଉତ୍ପାଦନ ବୃଦ୍ଧି କରିବ । ଏହା ଅଧିକ ଉତ୍ପାଦନ ହେଲେ ବିଦେଶରୁ ତେଲ ଆମଦାନୀ ଉପରେ ହେଉଥିବା ନିର୍ଭରଶୀଳତାକୁ ଏହା ହ୍ରାସ କରିବ । ଏହାଦ୍ୱାରା ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଦେଶର ଅନୁର୍ବର ଜମିରେ କାକଟସ୍ ପ୍ଲାଣ୍ଟ ବୁଣାଯାଉଛି । ବିଦେଶୀ ଜମିରେ କାକଟସ୍ କିପରି ବ୍ୟବହାର କରାଯାଉଛି ତାହା ଉପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ନଜର ରଖିଛନ୍ତି । କାକଟସ୍ ଉତ୍ପାଦନରେ ଉନ୍ନତି ହେଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.