fbpx

(Video) ସମ୍ବିଧାନ ବଞ୍ଚାଇବାକୁ ହେଲେ ମୋଦୀଙ୍କୁ ହତ୍ୟା କରିବା ଆବଶ୍ୟକ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତ୍ୟବ୍ୟ ନେଇ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତାଙ୍କ ଦଳ ବିରୋଧୀ ମନ୍ତବ୍ୟ ସୀମା ପାର କରିଯାଇଥାଏ । ତେବେ ନିକଟରେ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ୍ ହୋଇ ଉଠିଛି । ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ଆବଶ୍ୟକ ବୋଲି କଗ୍ରେସ ନେତା କହୁଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କଂଗ୍ରେସ ନେତା ରାଜା ପଟେରିୟା ଏହି ବିବାଦୀୟ ବୟାନ ଦେଇଛନ୍ତି । ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ହୀନ ମନ୍ତବ୍ୟ ଦେବା ହାସ୍ପ୍ୟାସ୍ପଦ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଏହି ମନ୍ତବ୍ୟକୁ ନେଇ ବିବାଦ ବଢ଼ିବା ପରେ ରାଜା ନିଜର ବୟାନ ବଦଳାଇଛନ୍ତି । ଆସନ୍ତା ନିର୍ବାଚନରେ ମୋଦୀଙ୍କୁ ହରାଇବା ନେଇ ସେ ମନ୍ତବ୍ୟ ଦେଇଥିଲେ । ମାତ୍ର ଫ୍ଲୋରେ ଅନ୍ୟ କିଛି ଶବ୍ଦ ଭୁଲ ଭାବେ ପାଟିରୁ ବାହାରି ଯାଇଥିଲା ବୋଲି ଗଣମାଧ୍ୟମକୁ ରାଜା କହିଛନ୍ତି ।

ଭିଡିଓରେ ଦେଖାଯାଉଛି, ରାଜା ଏକ ସଭାସ୍ଥଳରେ କିଛି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ରାଜା କହିଥିଲେ, ମୋଦୀ ନିର୍ବାଚନକୁ ସମାପ୍ତ କରିଦେବେ । ମୋଦୀ ଧର୍ମ, ଜାତି, ଭାଷାକୁ ଭାଗ କରିଦେବେ । ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଜୀବନ ବିପଦରେ । ଯଦି ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛ ତେବେ ମୋଦୀଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ରୁହ । ପରେ ସେ କହିଥିଲେ ହତ୍ୟାର ମତଲବ ହେଉଛି ହାର । ଆସନ୍ତା ନିର୍ବାଚନରେ ମୋଦୀଙ୍କୁ ହରାଇବା ହିଁ ତାଙ୍କର ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା ବୋଲି ସେ ମିଡ଼ିଆକୁ ପ୍ରତିକ୍ରିୟା ଦେଇଥବଲେ । ତେବେ ଭିଡିଓକୁ ଏଡିଟ କରାଯାଇଥିବା ନେଇ ରାଜା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.